ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍ ଟାଇମ୍ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…
ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ। ଏହା ପରେ ସେ ମଘା ନକ୍ଷତ୍ରକୁ ପ୍ରବେଶ କରିବେ।
ବୁଧ ଗୋଚର ରାଶିଫଳ
ବୁଧ ଗ୍ରହ ନକ୍ଷତ୍ର ପରିବର୍ତ୍ତନ କରି ନିଜ ନକ୍ଷତ୍ରରେ ଗୋଚର କରିବା ଫଳରେ ମେଷ, ମିଥୁନ, କନ୍ୟା, ତୁଳା ଏବଂ ମକର ରାଶିର ବ୍ୟକ୍ତିମାନଙ୍କୁ ବ୍ୟବସାୟରେ ଲାଭ ମିଳିବ। ବୁଧ ଗ୍ରହଙ୍କୁ ବୁଦ୍ଧି, ବାଣୀ ଏବଂ ବ୍ୟବସାୟର କାରକ ବୋଲି ମାନାଯାଏ। ଭାଗ୍ୟଶାଳୀ ରାଶିଗୁଡ଼ିକୁ ଏହି କ୍ଷେତ୍ରଗୁଡ଼ିକ ସହ ଜଡ଼ିତ ଲାଭ ପ୍ରାପ୍ତ ହେବ।
ମେଷ ରାଶି
ବୁଧ ଗ୍ରହ ଆଜି ଅଶ୍ଳେଷା ନକ୍ଷତ୍ରକୁ ପ୍ରବେଶ କରିଛନ୍ତି। ଅଶ୍ଳେଷା ନକ୍ଷତ୍ରରେ ବୁଧଙ୍କ ଗୋଚର ମେଷ ରାଶି ପାଇଁ ଫଳଦାୟୀ ସାବ୍ୟସ୍ତ ହେବାକୁ ଯାଉଛି। ଆପଣ ଗୁପ୍ତ ଶତ୍ରୁଙ୍କ କବଳରୁ ମୁକ୍ତି ପାଇବେ। ନିବେଶ କରିବା ଦ୍ୱାରା ଭଲ ଲାଭ ମିଳିପାରେ। ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ।
ମିଥୁନ ରାଶି
ବୁଧଙ୍କ ଅଶ୍ଳେଷା ନକ୍ଷତ୍ର ପ୍ରବେଶ ଯୋଗୁଁ ମିଥୁନ ରାଶିର ବ୍ୟକ୍ତିମାନେ ଲାଭବାନ୍ ହେବେ। ନିଜ ବାଣୀର ପ୍ରଭାବ ଯୋଗୁଁ ଆପଣଙ୍କ ପାଇଁ ଲାଭର ଯୋଗ ସୃଷ୍ଟି ହେବ। ବ୍ୟବସାୟରେ ସଫଳତା ମିଳିବ। ଆକସ୍ମିକ ଧନଲାଭ ହୋଇପାରେ। ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ।
କନ୍ୟା ରାଶି
କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ବୁଧଙ୍କ ଗୋଚର ଶୁଭଦାୟୀ ସାବ୍ୟସ୍ତ ହେବ। ଆପଣଙ୍କ ରୋଜଗାରର ନୂଆ ଉତ୍ସ ସୃଷ୍ଟି ହେବ। ଆର୍ଥିକ ଉନ୍ନତି ହେବା ଫଳରେ ଆପଣ ଉପକୃତ ହେବେ। ପଦୋନ୍ନତି (ପ୍ରମୋସନ୍) ମିଳିପାରେ। ନିବେଶ କରିବା ପାଇଁ ଏହି ସମୟ ଶୁଭ ଅଟେ।
ମକର ରାଶି
ମକର ରାଶିର ବ୍ୟବସାୟୀଙ୍କ ପାଇଁ ଏହି ସମୟ ଶୁଭ ରହିବ। ଆପଣଙ୍କ ବୈବାହିକ ଜୀବନ ମଧ୍ୟ ମଧୁର ହେବ। ଭାଗିଦାରୀ (ପାର୍ଟନରସିପ୍) କାର୍ଯ୍ୟରେ ସଫଳତା ମିଳିବ। ମକର ରାଶିର ଆର୍ଥିକ ସ୍ଥିତିରେ ସୁଧାର ଆସିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।