ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା: ୬ ଆସନରେ ହେବ ଉପନିର୍ବାଚନ; ଜାଣନ୍ତୁ କେବେ, କେଉଁଠି…
ନୂଆଦିଲ୍ଲୀ,୭।୯: ଦେଶର ୬ଟି ଆସନରେ ଉପନିର୍ବାଚନନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫ଟି ବିଧାନସଭା ଆସନ ଓ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହେବ। ଆସନ୍ତା ୬ ଅକ୍ଟୋବର ୨୦୨୬ରେ ମତଦାନ ହେବାକୁ ଥିବାବେଳେ ୯ ଅକ୍ଟୋବରରେ ଭୋଟ ଗଣତି କରାଯିବ।
ଏହି ୬ଟି ଆସନ ସମ୍ପୃକ୍ତ ବିଧାୟକ ଓ ସାଂସଦଙ୍କ ଇସ୍ତଫା କାରଣରୁ ଖାଲି ପଡ଼ିଥିଲା। ଏବେ ଏହି ଆସନଗୁଡ଼ିକରେ ନୂଆ ପ୍ରତିନିଧି ବାଛିବା ପାଇଁ ଉପନିର୍ବାଚନ ହେବ।
କେଉଁ କେଉଁ ଆସନରେ ହେବ ଉପନିର୍ବାଚନ?
ବିଧାନସଭା ଆସନ
ମଦୁରନ୍ଥକମ -ତାମିଲନାଡୁ
ଧାରାପୁରମ -ତାମିଲନାଡୁ
ଥଟ୍ଟାଞ୍ଚାଭାଡି -ପୁଡୁଚେରୀ
ରେଜିନଗର ପଶ୍ଚିମବଙ୍ଗ
ନନ୍ଦୀଗ୍ରାମ -ପଶ୍ଚିମବଙ୍ଗ
ଲୋକ ସଭା ଆସନ
ନଗାଓଁ ଆସାମ
ଉପନିର୍ବାଚନର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
ବିଜ୍ଞପ୍ତି ପ୍ରକାଶ: ୯ ସେପ୍ଟେମ୍ବର ୨୦୨୬
ନାମାଙ୍କନର ଶେଷ ତାରିଖ: ୧୬ ସେପ୍ଟେମ୍ବର ୨୦୨୬
ନାମାଙ୍କନପତ୍ର ଯାଞ୍ଚ: ୧୭ ସେପ୍ଟେମ୍ବର ୨୦୨୬
ନାମ ପ୍ରତ୍ୟାହାରର ଶେଷ ତାରିଖ: ୧୯ ସେପ୍ଟେମ୍ବର ୨୦୨୬
ମତଦାନ: ୬ ଅକ୍ଟୋବର ୨୦୨୬
ଭୋଟ ଗଣତି: ୯ ଅକ୍ଟୋବର ୨୦୨୬
ନିର୍ବାଚନ ପ୍ରକ୍ରିୟା ଶେଷ: ୧୧ ଅକ୍ଟୋବର ୨୦୨୬
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।