ନିର୍ବାଚନୀ ରାଲିରେ ଟ୍ରମ୍ପ୍ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…
ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଉଚ୍ଚ ଟାରିଫ୍ ଧମକ ଦେଇ ଗତବର୍ଷ ଭରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିଥିବା ପୁଣିଥରେ ଦାବି କରିଛନ୍ତି। ସେ ମୋଟ ୮ଟି ଯୁଦ୍ଧକୁ ରୋକିଥିଲେ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ମିଳି ନ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି।
ଗତବର୍ଷ ଏପ୍ରିଲ ୨୨ରେ ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ଭିତ୍ତିଭୂମିଗୁଡ଼ିକୁ ଟାର୍ଗେଟ କରି ସେହିବର୍ଷ ମେ’ରେ ଭାରତ ଅପରେଶନ ସିନ୍ଦୂର ଆରମ୍ଭ କରିଥିଲା। ଶୁକ୍ରବାର ଫ୍ଲୋରିଡ଼ାରେ ଏକ ନିର୍ବାଚନୀ ରାଲିରେ ଉଦ୍ବୋଧନ ଦେଇ ଟ୍ରମ୍ପ୍ ଭାରତ-ପାକ୍ ଯୁଦ୍ଧ ବନ୍ଦ ପାଇଁ ପୁଣିଥରେ ନିଜକୁ ଶ୍ରେୟ ଦେଇଛନ୍ତି। ୨ ଅଣୁଅସ୍ତ୍ର କ୍ଷମତାସମ୍ପନ୍ନ ଦେଶ ଉତ୍ତେଜିତ ଥିଲେ ମଧ୍ୟ ଆକ୍ରମଣ ବନ୍ଦ କରିଥିଲେ। ଏହି ଆକ୍ରମଣରେ ୧୧ଟି ଯୁଦ୍ଧବିମାନକୁ ଗୁଳିକରି ଖସାଯାଇଥିଲା ବୋଲି ଟ୍ରମ୍ପ୍ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।