ନିର୍ମାଣ ସରିଲା, ହେଲେ ଚାଲୁ ହେଉନି ଅଟଳ ବସଷ୍ଟାଣ୍ଡ; ଯାତ୍ରୀ ଓ ଅଞ୍ଚଳବାସୀ ଅସନ୍ତୁଷ୍ଟ

Sep 27, 2026 - 17:42
ନିର୍ମାଣ ସରିଲା, ହେଲେ ଚାଲୁ ହେଉନି ଅଟଳ ବସଷ୍ଟାଣ୍ଡ; ଯାତ୍ରୀ ଓ ଅଞ୍ଚଳବାସୀ ଅସନ୍ତୁଷ୍ଟ

ନନ୍ଦିଘୋଷ ବ୍ୟୁରୋ :  ଲୋକଙ୍କ ସୁବିଧା ପାଇଁ ବସଷ୍ଟାଣ୍ଡ ନିର୍ମାଣ ଆରମ୍ଭ କରିଥିଲେ ନବୀନ ସରକାର ।  ନୂଆ ସରକାର ଆସିବା ପରେ କାମ ସମ୍ପୂର୍ଣ୍ଣ ହେଲା । ଅଟଳ ବସଷ୍ଟାଣ୍ଡ ଭାବେ ନାମକରଣ ବି କରାଗଲା । ହେଲେ କାର୍ଯ୍ୟକ୍ଷମ ହେଉନି, ଯଥା ପୂର୍ବଂ ତଥା ପରଂ । ଯାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ମୁଖ୍ୟ କାର୍ଯ୍ୟାଳୟ ସହ ଏଠାରେ ରହିଛି  ବ୍ଲକ, ଥାନା, ମେଡିକାଲ, କଲେଜ, ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଭଳି ବିଭିନ୍ନ ଗୁରୁତ୍ବପୂର୍ଣ କାର୍ଯ୍ୟାଳୟ । ତେଣୁ ବ୍ଲକର ୧୮ଟି ଗ୍ରାମ ପଞ୍ଚାୟତର ଲୋକେ ବିଭିନ୍ନ କାମ ପାଇଁ ପ୍ରତିଦିନ ଧରାକୋଟ ଆସିଥାନ୍ତି । ଖରା, ବର୍ଷା ଓ ଶୀତ କାକରରେ ଯାତ୍ରୀଙ୍କ ଦୁର୍ଦ୍ଦଶାକୁ ଦେଖି ଅଞ୍ଚଳରେ ଏକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା । ଲୋକଙ୍କ ଦାବି ଶୁଣି ଆଠ କୋଟି ଟଙ୍କା ବ୍ୟୟରେ ବିରାଟ ବସଷ୍ଟାଣ୍ଡ ନିର୍ମାଣ ଆରମ୍ଭ କରିଥିଲେ ପୂର୍ବସରକାର । ପରେ ବିଜେପି ସରକାର କାମ ସମ୍ପୂର୍ଣ କରିଥିଲେ ।  ଲୋକେ ଆଶା କରିଥିଲେ, ଏହା କାର୍ଯ୍ୟକ୍ଷମ ହେଲେ ଯାତ୍ରୀଙ୍କ ଯାତାୟାତ ସମସ୍ୟା ଦୂର ହେବ । ହେଲେ ଏଯାଏଁ ବସଷ୍ଟାଣ୍ଡ ଲୋକଙ୍କ ସେବାରେ ଲାଗିପାରିନାହିଁ।…

ପ୍ରାୟ ୪ ବର୍ଷ ତଳେ କୋଟି କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ବସଷ୍ଟାଣ୍ଡର ନିର୍ମାଣ କାମ ଶେଷ ହୋଇଛି। ହେଲେ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନହେବାରୁ ବ୍ଲକରେ ଚଳାଚଳ କରୁଥିବା ମୁଖ୍ୟମନ୍ତ୍ରୀ ବସ ସେବା ଅନ୍ତର୍ଭୁକ୍ତ ବସ ସମେତ ଅନ୍ୟ ବସଗୁଡ଼ିକ ରାସ୍ତା କଡ଼ରେ ଅସ୍ଥାୟୀ ଭାବେ ରହୁଛି । ଅନେକ ବସ ଧରାକୋଟ ଭିତରକୁ ନଆସି ବାଇପାସ୍ ଦେଇ ଚାଲିଯାଉଛନ୍ତି । ତେବେ ଖୁବଶୀଘ୍ର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ବସଷ୍ଟାଣ୍ଡକୁ ଲୋକଙ୍କ ସୁବିଧା ପାଇଁ ଖୋଲିବାକୁ ଅନୁରୋଧ କରିବେ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ।…

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।