ନିୟମିତ ବ୍ରେକ୍ଫାଷ୍ଟ ନ କଲେ…
ବ୍ରେକ୍ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି ସମସ୍ୟା ସୃଷ୍ଟି କରିଥାଏ। ତେବେ ନିୟମିତ ବ୍ରେକଫାଷ୍ଟ ନ ଖାଇଲେ ତାହା ଆଉ ଏକ ସମସ୍ୟାକୁ ମଧ୍ୟ ଡାକି ଆଣିଥାଏ। ତାହା କ’ଣ ଜାଣନ୍ତି? ଆଳସ୍ୟତା। ସିଓଲ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକଥା ପ୍ରକାଶ କରିଛନ୍ତି।ବ୍ରେକ୍ଫାଷ୍ଟରେ ଅନିୟମିତତା କରୁଥିବା କେତେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନଶୈଳୀକୁ ସେମାନେ ଭଲ ଭାବରେ ଅନୁଧ୍ୟାନ କରିଥିଲେ। ପରିଶେଷରେ ଜଣାପଡିଥିଲା ଯେ ଏହାଦ୍ୱାରା ସେମାନଙ୍କ ମଧ୍ୟରୁ ପ୍ରାୟ ଅଧିକାଂଶ ବ୍ୟକ୍ତିଙ୍କଠାରେ ଆଳସ୍ୟତା ଦେଖିବାକୁ ମିଳିଥିଲା। ତେଣୁ ଜଣେ ବ୍ୟକ୍ତି ଠିକ୍ ସମୟରେ ବ୍ରେକଫାଷ୍ଟ ଖାଇବା ନିହାତି ଦରକାର। ସବୁବେଳେ ଏହାର ଖାଦ୍ୟ ତାଲିକାରେ ତଟକା ଫଳମୂଳ ସାମିଲ କରନ୍ତୁ। ଏସବୁ ଖାଦ୍ୟ ହାଲୁକା ହେବା ଆବଶ୍ୟକ। ବ୍ରେକଫାଷ୍ଟରେ ତେଲଜାତୀୟ ଖାଦ୍ୟ ଏବଂ ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଜୁସ୍କୁ ଏଥିରେ ସାମଲ କରିବାକୁ ଭୁଲନ୍ତୁ ନାହିଁ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।