ନୂଆ ହୋଟେଲ ‘ନୋଭୋଟେଲ୍ ଭୁବନେଶ୍ବର’
"ଭୁବନେଶ୍ବର: ଆକର୍ ପକ୍ଷରୁ ଜନପଥରେ ନୋଭୋଟେଲ୍ ଭୁବନେଶ୍ବର ହୋଟେଲ୍ ଖୋଲାଯାଇଛି।
ଏହାକୁ ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍ଘାଟନ କରିଛନ୍ତି।
୧୨ହଜାର ବର୍ଗଫୁଟରେ ନିର୍ମିତ ଏହି ହୋଟେଲ୍ରେ ୧୧୮ଟି କୋଠରି ରହିଛି।
ଏଥି ସହିତ ବିବାହ, କର୍ପୋରେଟ୍ କାର୍ଯ୍ୟକ୍ରମ ଓ ସମ୍ମିଳନୀ ଆୟୋଜନ ଆଦି ପାଇଁ ମଧ୍ୟ ବ୍ୟବସ୍ଥା ରହିଛି।Advertisment ଭୋଜନ ଓ ପାନୀୟ ପ୍ରେମୀଙ୍କ ପାଇଁ ହୋଟେଲରେ ଟି ଆଣ୍ଡ୍ ଟନିକ୍, ଇ୨୦-ଇଷ୍ଟ ଏସେନ୍ସ, ପାନ୍ ଏସିଆନ୍ କିଚେନ୍ ଆଣ୍ଡ୍ ବାର୍ ଭଳି ରେସ୍ତୋରାଁ ରହିଛି।
ଏହି ଅବସରରେ ଏ କେ ଦାସ ଆସୋସିଏଟ୍ସ ଲିମିଟେଡ୍ର ସିଏମ୍ଡି ଅମିୟ କାନ୍ତ ଦାସ, ଆକର୍ର ଉପସଭାପତି ବିନୀତ ମିଶ୍ର ଓ ନୋଭୋଟେଲ ଭୁବନେଶ୍ବରର ମହାପ୍ରବନ୍ଧକ ନିଲଭ ସହାୟ ଉପସ୍ଥିତ ଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।