ନେପାଳରେ ତୁଷାରପାତ: ଫସିଛନ୍ତି ୬ ଭାରତୀୟ ପର୍ଯ୍ୟଟକ

Nov 02, 2026 - 07:59
ନେପାଳରେ ତୁଷାରପାତ: ଫସିଛନ୍ତି ୬ ଭାରତୀୟ ପର୍ଯ୍ୟଟକ

କାଠମାଣ୍ଡୁ,୨ା୧୧(ପି.ଟି.): ନେପାଳରେ ଶନିବାର ଅପରାହ୍ନରେ ପ୍ରବଳ ତୁଷାରପାତ ହେବାରୁ ଶେ-ଫୋକ୍‌ସୁଣ୍ଡୋ ଜାତୀୟ ଉଦ୍ୟାନ ଅଞ୍ଚଳରେ ୨ ମହିଳାଙ୍କ ସମେତ ୬ ଜଣ ଭାରତୀୟ ପର୍ଯ୍ୟଟକ ଫସିରହିଛନ୍ତି। ଘଟଣାସ୍ଥଳରେ ସୁରକ୍ଷା କର୍ମୀ ପହଞ୍ଚତ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ସେନା ହେଲିକପ୍ଟର ପଠାଯାଇଛି। ପର୍ଯ୍ୟଟକମାନେ କାଠମାଣ୍ଡୁଠାରୁ ୩୦୦ କି.ମି. ଉତ୍ତରପଶ୍ଚିମରେ ଅବସ୍ଥିତ ଶେ-ଫୋକ୍‌ସୁଣ୍ଡୋ ଗ୍ରାମାଞ୍ଚଳ ମ୍ୟୁନିସିପାଲିଟିର ୮ ନମ୍ବର ଓ୍ବାର୍ଡରେ ଥିବା ଧୋ ଅଞ୍ଚଳକୁ ଯାଇଥିଲେ। ଉକ୍ତ ଅଞ୍ଚଳ ବରଫାବୃତ୍ତ ହୋଇଯାଇଥିବା ଡୋଲ୍‌ପା ମୁଖ୍ୟ ଜିଲା ଅଧିକାରୀ କହିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।