ନେପାଳରେ ଭୟଙ୍କର ଜଳ ପ୍ରଳୟ ,୪୦ କିମି ପର୍ଯ୍ୟନ୍ତ ରାସ୍ତା ନିଶ୍ଚିହ୍ନ
ଭୁବନେଶ୍ୱର : ନେପାଳରେ ପ୍ରକୃତିର କରାଳ ରୂପ । ଭୟଙ୍କର ବର୍ଷା ସାଙ୍ଗକୁ ତାଣ୍ଡବ ରଚିଲା ପ୍ରଳୟଙ୍କରୀ ବନ୍ୟା । ବୁଧୁବାର ସକାଳପ୍ରାୟ ୮.୩୦ରେ ଉତ୍ତର-ମଧ୍ୟ ନେପାଳର ବାଗମତୀ ପ୍ରଦେଶର ନେପାଳ ର ରସୁୱା ଜିଲ୍ଲାର ନେପାଳ-ତିକ୍ରତ ସୀମାରେ ଆକସ୍ମିକ ଭାବରେ ଭୟଙ୍କର ବନ୍ୟା ମାଡି ଆସିବାରୁ ବନ୍ୟା ଆସିବାରୁ ସହ ସହ ଲୋକ ଭାସିଯାଇ ନିଖୋଜ ଅଛନ୍ତି । କୋଶୀ ନଦୀରେ ହଠାତ ପାଣି ମାଡି ଆସିବାରୁ ୧୯ଟି ସେତୁ ଭାଙ୍ଗି ଯାଇ ପକ୍ଷପାଖି ୪୦କି.ମି. ପର୍ଯ୍ୟନ୍ତ ରାସ୍ତା ନିଶ୍ଚିହ୍ନ ହୋଇଯାଇଛି । ଅନେକ ଗାଁ ଓ ବିଭିନ୍ନ ପ୍ରକଳ୍ପ ସ୍ଥଳୀ ଧୋଇଯାଇଛି । ବର୍ତ୍ତମାନ ସୁଦ୍ଧା ୧୬୦ ମୃତ, ଶତାଧିକ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରେ ୩୪୧ ଜଣ ବିଦେଶୀ ନାଗରିକ ଅଛନ୍ତି। ସେହିପରି ବୁଲିବାକୁ ଯାଇ ନେପାଳରେ ଓଡ଼ିଆ ଦମ୍ପତି ନିଖୋଜ ହୋଇଯାଇଛନ୍ତି । ନିଖୋଜ ଦମ୍ପତି ଖୋର୍ଦ୍ଧା ଅଞ୍ଚଳର ସନ୍ଦୀପ ମହାପାତ୍ର ଏବଂ ତାଙ୍କ ପତ୍ନୀ ସିଦ୍ଧାର୍ଥୀ ସାହୁ। ଦୁଇ ଜଣ ବୁଲିବା ପାଇଁ ଅଷ୍ଟ୍ରେଲିଆରୁ କାଠମାଣ୍ଡୁ ଆସିଥିଲେ । ନେପାଳରେ ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ ପରେ ସେମାନଙ୍କ କୌଣସି ପତ୍ତା ମିଳୁନଥିବା ସୂଚନା ମିଳିଛି । ଅନେକ ଅଞ୍ଚଳ ଜଳମଗ୍ନ ହେବା ସହ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ବିଚ୍ଛିନ୍ନ ହୋଇଛି । ଉଭୟଙ୍କ ଫୋନ ବନ୍ଦ ରହିଛି, କୌଣସି ସନ୍ଧାନ ମିଳିନାହିଁ। ଏଭଳି ସ୍ଥିତିରେ ନିଖୋଜ ଓଡ଼ିଆ ଦମ୍ପତିଙ୍କୁ ନେଇ ପରିବାର ଲୋକେ ଚିନ୍ତାରେ ଅଛନ୍ତି । ସେମାନଙ୍କ ସନ୍ଧାନ ପାଇଁ ଉଦ୍ୟମ ଜାରି ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ ନୋଡାଲ ଅଧିକାରୀ ପ୍ରିତୀଶ ପଣ୍ଡା।
ନେପାଳ ପର୍ଯ୍ୟଟନ ବିଭାଗ ଅନୁସାରେ ୧ ହଜାରରୁ ଊଦ୍ଧ୍ୱର୍ ଲୋକ ନିଖୋଜ ଅଛନ୍ତି । ସେମାନଙ୍କ ମଧ୍ୟରେ ୧୩୩ ଜଣ ଭାରତୀୟ ଥିବାବେଳେ ପ୍ରାୟ ୪୦୦ରୁ ଊଦ୍ଧ୍ୱର୍ ପର୍ଯ୍ୟଟକ ରହିଛନ୍ତି । ଅଧିକାଂଶ ପର୍ଯ୍ୟଟକ କୈଳାସ ମାନସରୋବର ଯାତ୍ରା ପାଇଁ ସେଠାକୁ ଯାଇଥିଲେ । ୮୫ରୁ ଊଦ୍ଧ୍ୱର୍ ସୁରକ୍ଷାକର୍ମୀ ବି ନିଖୋଜ ଅଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି ।
ଅନ୍ୟପଟେ ନେପାଳ ବନ୍ୟାରେ ଫସିଥିବା ଓଡ଼ିଆଙ୍କ ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ଓଡିଶା ସରକାରଙ୍କ ମୁଖ୍ୟ ଆବାସିକ କମିଶନରଙ୍କ ନିର୍ଦ୍ଦେଶରେ ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ବିପଦରେ ଥିବା ଏବଂ ସହାୟତା ଆବଶ୍ୟକ କରୁଥିବା ଓଡ଼ିଆଙ୍କ ପାଇଁ ସ୍ବତନ୍ତ୍ର ହେଲପଲାଇନ ନମ୍ବର ଜାରି ହୋଇଛି । ହେଲପଲାଇନ୍ ନମ୍ବର ହେଲା ୦୧୧-୨୩୦୧୨୮୦୭ / ୭୪୨୮୧୩୫୦୪୪ / ୮୫୨୭୫୮୦୨୪୫ । ଅନ୍ୟପଟେ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ହେଲ୍ପଲାଇନ୍ ନମ୍ବର ଜାରି କରିଛି । +୯୭୭ ୯୮୫୧୩୧୬୮୦୭ / +୯୭୭ ୯୭୦୯୧୦୭୫୦୦ରେ ଫୋନ କରି ନିଖୋଜ ଭାରତୀୟଙ୍କ ସମ୍ବନ୍ଧରେ ତଥ୍ୟ ଓ ସୂଚନା ଦେବାକୁ ଅନୁରୋଧ କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।