ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…
ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍ ବଲ୍ ଟୁର୍ ସମେତ ଅତି କମ୍ରେ ୩ ସପ୍ତାହ ଧରି ଖେଳି ପାରିବେ ନାହିଁ। ପାଣ୍ଡ୍ୟା ସେପ୍ଟେମ୍ବର ୨୦ରେ ଆଘାତଜନିତ ସମସ୍ୟାରୁ ମୁକ୍ତି ପାଇ ଖେଳକୁ ଫେରିଥିଲେ। ତାଙ୍କୁ ଅକ୍ଟୋବର ୬ରୁ ଆରମ୍ଭ ହେବାକୁଥିବା ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ମ୍ୟାଚ ପାଇଁ ଭାରତ ‘ଏ’ ତରଫରୁ ଦିନିକିଆ ସିରିଜ ଖେଳିବା ଲାଗି ଚୟନକର୍ତ୍ତାମାନେ ମନୋନୀତ କରିଥିଲେ।
ଦୁର୍ଭାଗ୍ୟଜନକ ବିଷୟ ହାର୍ଦ୍ଦିକଙ୍କ ଡାହାଣ ଆଣ୍ଠୁ ତଳେ ପୁଣି ଆଘାତ ଲାଗିଛି। ସଦ୍ୟତମ ସ୍କାନ ରିପୋର୍ଟରୁ ଏହା ଜଣାପଡ଼ିଥିଲା। ତାଙ୍କୁ ଦୁଇ ସପ୍ତାହ ବିଶ୍ରାମ ନେବା ଲାଗି ପରାମର୍ଶ ଦିଆଯାଇଛି। ଜାପାନରୁ ଫେରିବା ପରେ ବିସିସିଆଇର ମେଡିକାଲ ପ୍ୟାନେଲ ମୁଖ୍ୟ ଡକ୍ଟର ଦିନ୍ଶ ପାର୍ଡିଓ୍ବାଲା ତାଙ୍କ ରିପୋର୍ଟ ଦେଖିଛନ୍ତି।
ହାର୍ଦ୍ଦିକ କେବେଠାରୁ ରିହାବିଲିଟେଶନରେ ରହିବେ ତାହା ସେ ସ୍ଥିର କରିବେ। ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ ସିରିଜ ଅକ୍ଟୋବର ୨୨ରୁ ଆରମ୍ଭ ହେବ। ପରେ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳାଯିବ। ତେଣୁ ହାର୍ଦ୍ଦିକଙ୍କ ପ୍ରତ୍ୟାବର୍ତ୍ତନ କରିବାର କୌଣସି ସମ୍ଭାବନା ନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।