ପଡ଼ିଆରେ ରାହୁଲଙ୍କ ଜର୍ସି ଏମିତି ସଜାଡ଼ିଦେଲେ କୋହଲି! ଭାଇରାଲ ଭିଡିଓ ଦେଖି ମନେପଡ଼ିଯିବ ପିଲାଦିନ
ୱେଲିଂଟନ୍,୭।୧୧:ପଡ଼ିଆରେ ଖେଳ ସମୟରେ ଗମ୍ଭୀର ଦେଖାଯାଉଥିବା ବିରାଟ କୋହଲିଙ୍କ ମଜାଳିଆ ଅନ୍ଦାଜ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ର ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ କୋହଲି ନିଜ ସାଥୀ ଖେଳାଳି କେଏଲ ରାହୁଲଙ୍କ ଜର୍ସିକୁ ଠିକ କରିଦେଉଥିବା ନଜର ଆସିଛନ୍ତି। ତାଙ୍କ ଏହି ଅନ୍ଦାଜ ଦେଖି ଅନେକଙ୍କୁ ପିଲାଦିନର ସେହି ମୁହୂର୍ତ୍ତ ମନେ ପଡ଼ିଯାଇଛି। ପିଲାଦିନେ ମା’ ଯେପରି ପିଲାଙ୍କ ପୋଷାକ ସଜାଡ଼ି ଦେଉଥିଲେ, ସେହି ମୁହୂର୍ତ୍ତଟି ପିଲାଦିନ କଥା ମନେ ପକାଇ ଦେଉଛି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଫିଲ୍ଡିଂ ସମୟରେ କୋହଲି ପ୍ରଥମେ ରାହୁଲଙ୍କ ଜର୍ସିର ଫିଟିଂ ଠିକ କରୁଛନ୍ତି। ଏହାପରେ ତାଙ୍କ ଜର୍ସିର ହାତକୁ ସଜାଡ଼ି ଦେଉଛନ୍ତି। ଏହି ସମୟରେ କୋହଲି ଓ ରାହୁଲ ଉଭୟ ହସୁଥିବା ଦେଖାଯାଉଛି। ପାଖରେ ଠିଆ ହୋଇଥିବା ଅକ୍ଷର ପଟେଲ ମଧ୍ୟ ଏହି ଦୃଶ୍ୟ ଦେଖି ହସୁଛନ୍ତି। କୋହଲିଙ୍କ ଏହି ଆପଣାପଣିଆ ଅନ୍ଦାଜ ଦର୍ଶକଙ୍କ ମନ ଜିଣିଛି।
ଅନ୍ୟପଟେ ମ୍ୟାଚ୍ରେ କୋହଲିଙ୍କ ବ୍ୟାଟ୍ରୁ ବଡ଼ ଇନିଂସ ଦେଖିବାକୁ ମିଳିନଥିଲା। ପ୍ରଥମ ଦିନିକିଆରେ ୭୪ ରନ୍ର ଆକର୍ଷଣୀୟ ପାଳି ଖେଳିଥିବା କୋହଲି ଦ୍ୱିତୀୟ ମ୍ୟାଚ୍ରେ ମାତ୍ର ୭ ବଲ୍ରୁ ୭ ରନ କରି ଆଉଟ ହୋଇଥିଲେ। ଏହି ପାଳିରେ ସେ ଗୋଟିଏ ଚୌକା ମାରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।