ପାକିସ୍ତାନ ଗୁପ୍ତଚର ଲିଙ୍କ୍‌ ଅଭିଯୋଗରେ ଦମ୍ପତି ଗିରଫ

Aug 28, 2026 - 15:17
ପାକିସ୍ତାନ ଗୁପ୍ତଚର ଲିଙ୍କ୍‌ ଅଭିଯୋଗରେ ଦମ୍ପତି ଗିରଫ

ନୂଆଦିଲ୍ଲୀ: ପାକିସ୍ତାନ ସ୍ଥିତ ଗୁପ୍ତଚର ନେଟୱାର୍କ ସହିତ ସମ୍ପର୍କ ଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଏକ ଦମ୍ପତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ମହମ୍ମଦ ସାହିଲ ଓ ତାଙ୍କ ପତ୍ନୀ ସମୀରା ୨୦୨୪ ମସିହାରୁ ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ସହିତ ଯୋଗାଯୋଗରେ ଥିଲେ ବୋଲି ଅଭିଯୋଗ ହୋଇଛି। ଏହି ଦମ୍ପତି ୨୦୨୪ ରୁ ୨୦୨୫ ମଧ୍ୟରେ ଦୁବାଇ ଦେଇ ପାକିସ୍ତାନକୁ ଆଠଟି ଭାରତୀୟ ସିମ୍ କାର୍ଡ ପଠାଇଥିଲେ ଓ ବଦଳରେ ପ୍ରାୟ ୩୦,୦୦୦ ଟଙ୍କା ପାଇଥିଲେ। ଫୋନ୍ ନମ୍ବରଗୁଡ଼ିକ ମେସେଜିଂ ଆକାଉଣ୍ଟଗୁଡ଼ିକୁ ପରିଚାଳନା କରିବା ଓ ସମ୍ବେଦନଶୀଳ ସୂଚନା ସଂଗ୍ରହ କରିବା ପାଇଁ ଭାରତୀୟ ଗୋଷ୍ଠୀ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ବ୍ୟବହାର କରାଯାଉଥିଲା। ସେହିପରି ଅନ୍ୟଏକ ଘଟଣାକ୍ରମରେ ଆସାମର ହାଇଲାକାଣ୍ଡି ଜିଲ୍ଲାର ଜଣେ ୨୧ ବର୍ଷୀୟ ଯୁବକଙ୍କୁ ପାକିସ୍ତାନ ସ୍ଥିତ ଶାହଜାଦ ଭାଟି ନେଟୱାର୍କ (ଏସ୍‌ବିଏନ୍‌) ସହିତ ସମ୍ପର୍କ ଥିବା ଅଭିଯୋଗରେ ଗିରଫ କରାଯାଇଛି। ଆସାମ ପୁଲିସର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ହାଇଲାକାଣ୍ଡି ଜିଲ୍ଲା ପୁଲିସ ସହିତ ଏକ ମିଳିତ ଅଭିଯାନରେ ରାମନାଥପୁର ଅଞ୍ଚଳରୁ ଫଜଲ ଇସଲାମ ବାରଭୁଇୟାନକୁ ଗିରଫ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।