ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

Aug 19, 2026 - 20:45
ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ (ରାଉଣ୍ଡ-୨)କୁ ସ୍ଥାନ ପକ୍କା କରିଛି। ନେଦରଲ୍ୟାଣ୍ଡର ଆମଷ୍ଟେଲଭିନ୍‌ରେ ଖେଳାଯାଇଥିବା ଏହି ପୁଲ୍ ଡି (Pool D) ର ଶେଷ ମୁକାବିଲାରେ ଭାରତୀୟ ଖେଳାଳିମାନେ ଆରମ୍ଭରୁ ହିଁ ନିଜର ଦବଦବା ବଜାୟ ରଖିଥିଲେ।

ଏହି ବିଜୟରେ ଭାରତୀୟ ଅଧିନାୟକ ତଥା ଷ୍ଟାର୍ ଡ୍ରାଗ୍-ଫ୍ଲିକର୍ ହରମନପ୍ରୀତ ସିଂହ ମୁଖ୍ୟ ଆକର୍ଷଣ ସାଜିଥିଲେ, ଯେିଏ ଗୋଲ୍ ଖାତା ଖୋଲିବା ସହ ୨ ଥର ପାକିସ୍ତାନୀ ଗୋଲ୍‌ପୋଷ୍ଟକୁ ଭେଦିଥିଲେ। ତାଙ୍କ ବ୍ୟତୀତ ଅଭିଷେକ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ଦଳ ପାଇଁ ଅନ୍ୟ ୨ଟି ଗୋଲ୍ ସ୍କୋର କରିଥିଲେ। ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରରୁ ହିଁ ଭାରତୀୟ ଦଳ ପାକିସ୍ତାନୀ ଡିଫେନ୍ସ ଉପରେ କ୍ରମାଗତ ଚାପ ସୃଷ୍ଟି କରିଥିଲା, ଯାହା ଶେଷ ପର୍ଯ୍ୟନ୍ତ ଜାରି ରହିଥିଲା।

ଏହି ଚମତ୍କାର ବିଜୟ ସହିତ ଭାରତ ପୁଲ୍ ଡି’ରେ ନିଜର ସ୍ଥିତି ମଜଭୁତ କରି ରାଉଣ୍ଡ-୨ରେ ପ୍ରବେଶ କରିଛି, ଯେଉଁଠାରେ ଇଂଲଣ୍ଡ ଦଳ ମଧ୍ୟ ସେମାନଙ୍କ ସହିତ ରହିବ।

(ଖବର ଅପଡେଟ୍ କରାଯାଉଛି)

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।