ପାକିସ୍ତାନକୁ ହରାଇଲା ସେମିରେ ପହଞ୍ଚିଲା ଭାରତ
ମାକ୍ୱି,୧୦ା୯: ପାକିସ୍ତାନକୁ ୧୯-୦ ଗୋଲ୍ରେ ପରାସ୍ତ କରି ଭାରତ ଜୁନିୟର ମହିଳା ଏସିଆ କପ୍ ହକି ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଅନୁଷ୍ଠିତ କ୍ୱାର୍ଟରଫାଇନାଲରେ ଭାରତ ଆରମ୍ଭରୁ ଆଧିପତ୍ୟ ବିସ୍ତାର କରି ଖେଳିଥିଲା।
ନିରନ୍ତର ଆକ୍ରମଣାତ୍ମକ ପ୍ରଦର୍ଶନ ସହ ଦଳ ଟୁର୍ନାମେଣ୍ଟରେ ଅନ୍ୟତମ ବୃହତ୍ ବିଜୟ ହାସଲ କରିଥିଲା। ଭାରତ ଦେଇଥିବା ୧୯ଟି ଗୋଲ୍ ମଧ୍ୟରୁ ୧୮ଟି ପେନାଲ୍ଟି କର୍ନର ଜରିଆରେ ସ୍କୋର କରିଥିଲା। ଭାରତ ଶନିବାର ସେମିଫାଇନାଲରେ କୋରିଆ ଓ ମାଲେସିଆ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ର ବିଜେତା ସହିତ ଖେଳିବ।
ଭାରତର ପ୍ରଥମ କ୍ୱାର୍ଟରରେ ୫, ଦ୍ୱିତୀୟ କ୍ୱାର୍ଟରରେ ଆଉ ୫ ଓ ତୃତୀୟ କ୍ୱାର୍ଟରରେ ୩ ଏବଂ ଫାଇନାଲ କ୍ୱାର୍ଟରରେ ୬ଟି ଗୋଲ୍ ସ୍କୋର କରିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।