ପାଣିରେ ପାଦ ଦେଉ ଦେଉ ମହିଳାଙ୍କୁ ଟାଣିନେଲା ବଉଳା କୁମ୍ଭୀର, ଏକ କିଲୋମିଟର ଦୂରରେ ଘଟିଲା…..
ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡା ଜିଲାର ନଦୀରେ ମାଳ ମାଳ କୁମ୍ଭୀରମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥି ପାଇଁ ବନ ବିଭାଗ ଅଧିକାରୀଙ୍କ ସହ ସ୍ଥାନୀୟ ବାସିନ୍ଦାଙ୍କ ଚିନ୍ତାର କାରଣ ପାଲଟିଛି ।
ମିଳିଥୁବା ସୂଚନା ଅନୁସାରେ ଏହି ବ୍ଲକ ଅଧୀନ ସ୍ଥାନୀୟ ଖରିନାସୀ ପଞ୍ଚାୟତ ଦାସପଡା ଗାଁ ର ହେମଲତା ଦାସ (୫୫) ନିକଟ ଗଳିଆ ନାଳକୁ ମାଛ ଧରିବା ପାଇଁ ମଙ୍ଗଳବାର ଯାଇଥିଲେ । ପାଣିରେ ପାଦ ଦେଉ ଦେଉ ବିଶାଳ ବଉଳା କୁମ୍ଭୀର ଟାଣି ନଦୀକୁ ନେଇଯାଇଥିଲା ।ଏହାଦେଖିବା ପରେ ସାଥି ମାଛ ଧରାଳିମାନେ ଡାକ ପକାଇ ଥିଲେ। ଖବରପାଇ ଘଟଣା ସ୍ଥଳରେ ଗ୍ରାମର ଲୋକମାନେ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ହେଲେ କିଛି ପତ୍ତା ମିଳି ନ ଥିଲା।
ଏକ ଘଣ୍ଟା ପରେ ଏକ କିମି ଦୂର ରାମନଗର ପୋଲ ଠାରୁ ଉଦ୍ଧାର କରାଯାଇ ନିକଟ ରାମନଗର ମେଡ଼ିକାଲକୁ ନେଇଥିଲେ। ଗୁରୁତର ଅବସ୍ଥାରେ ଜିଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଅପର ପକ୍ଷରେ ବନ ବିଭାଗ ପକ୍ଷରୁ ନଦୀକୁ ପ୍ରବେଶ ନ କରିବା ପାଇଁ ବାରଣ କରୁଛନ୍ତି। ପରିବାର ପୋଷଣ ପାଇଁ ଦୈନିକ ନଦୀ କୁଳିଆ ଲୋକମାନେ ମାଛ କଙ୍କଡା ଧରି ଦୁଇ ପଇସା ରୋଜଗାର କରିଥାନ୍ତି ବୋଲି ସ୍ଥାନୀୟ ଲୋକ ମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ମହାକାଳପଡା ରେଞ୍ଜ ଅଧିକାରୀ ଶାନ୍ତନୁ ଦଳାଇ କହିଛନ୍ତି, ସଚେତନ ରହିବା ସହ ନଦୀକୁ ପ୍ରବେଶ ନ କରିବା ପାଇଁ ବାରଣ କରାଯାଇଛି । ଅଭିଯୋଗ ମିଳିଲେ ପଦକ୍ଷେପ ଗ୍ରହଣ କରାଯିବ ।
Dharitri – Odisha’s No.1 Odia Daily
o”>
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।