ପାରାଦୀପର ବିଭିନ୍ନ ସ୍ପାରେ ପୋଲିସ ଚଢ଼ାଉ, ୮ ଅଟକ
ନନ୍ଦିଘୋଷ ବ୍ୟୁରୋ : ବନ୍ଦର ନଗରୀ ପାରାଦୀପରେ ବିଭିନ୍ନ ସ୍ପା ଉପରେ ପୋଲିସର ଚଢ଼ାଉ। ସ୍କୁଲ ଲାଇନର ଏକ ପ୍ରତିଷ୍ଠିତ ହୋଟେଲ ନିକଟରେ ଥିବା ସ୍ପା ସମେତ ତରଣୀଗଡ଼ା ଅଞ୍ଚଳର ବିଭିନ୍ନ ସ୍ପାରେ ପୋଲିସ ଚଢ଼ାଉ କରିଛି। ବେଆଇନ ଭାବେ ଚାଲୁଥିବା ଟାଇଟେନିକ ଓ ସିଗ୍ନେଚର ସ୍ପାରେ ଚଢ଼ାଉ ବେଳେ ୪ ଜଣ ଯୁବତୀ, ୨ ଜଣ ଗ୍ରାହକ ଓ ୨ ଜଣ ସ୍ପା ମାଲିକଙ୍କୁ ପୋଲିସ ଅଟକ ରଖିଛି।
ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଜିଙ୍କ୍ୟ ମାଣେଙ୍କ ନେତୃତ୍ୱରେ ପାରାଦୀପ ଆଦର୍ଶ ଥାନାର ୫ଟି ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲେ। ଚଢ଼ାଉ ସମୟରେ ଉଭୟ ସ୍ପାର ବୈଧ ପଞ୍ଜିକରଣ ନଥିବା ପୋଲିସ ଜାଣିବାକୁ ପାଇଛି। ଅଭିଯୋଗ ଅନୁସାରେ, ରାଜ୍ୟ ତଥା ରାଜ୍ୟ ବାହାରୁ ଯୁବତୀମାନଙ୍କୁ ଆଣି ପାରାଦୀପର ବିଭିନ୍ନ ସ୍ପାରେ ରଖି କିଛି ଦଲାଲ ଦୀର୍ଘଦିନ ଧରି ଅନୈତିକ କାର୍ଯ୍ୟରେ ଲିପ୍ତ କରାଉଥିଲେ। ଏହି ଅଭିଯୋଗକୁ ଆଧାର କରି ପୋଲିସର ଚଢ଼ାଉ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।