ପିଜି ପ୍ରବେଶିକା ପରୀକ୍ଷା-୨୦୨୬ ପରୀକ୍ଷା ଫଳ ପ୍ରକାଶ

Jul 03, 2026 - 11:50
ପିଜି ପ୍ରବେଶିକା ପରୀକ୍ଷା-୨୦୨୬ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର : ପିଜି ପ୍ରବେଶିକା ପରୀକ୍ଷା-୨୦୨୬ ରେଜଲ୍ଟ ପ୍ରକାଶିତ । ଗୁରୁବାର ପିଜି ପ୍ରବେଶିକା ପରୀକ୍ଷା ବା କମନ ପିଜି ଏଣ୍ଟ୍ରାନ୍ସ  ପରୀକ୍ଷା ଫଳ ପ୍ରକାଶ ପାଇଛି । ସାମ୍ସ ପୋର୍ଟାଲ୍‌କୁ ଯାଇ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ୫୦ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ଅନୁଷ୍ଠିତ ହୋଇଥିଲା । ଏହି ପ୍ରବେଶିକା ପରୀକ୍ଷା ପାଇଁ ୫୮,୬୧୩ଜଣ ଛାତ୍ରୀଛାତ୍ର ଆବେଦନ କରିଥିବାବେଳେ ୫୩,୯୦୧ଜଣ ପରୀକ୍ଷା ଦେଇଥିଲେ। 

ସୂଚନାନୁସାରେ, ଚଳିତ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ୧୩୨ଟି ଉଚ୍ଚଶିକ୍ଷାନୁଷ୍ଠାନରେ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ମୋଟ ୩୨,୩୦୯ଟି ସିଟ୍ ଉପଲବ୍ଧ ରହିଛି। କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ–୨୦୨୬ରେ ପ୍ରାପ୍ତ ମେରିଟ୍ ଆଧାରରେ ଆଡମିଶନ ପ୍ରକ୍ରିୟା ସମ୍ପନ୍ନ ହେବ। 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।