ପୁଣି ଏକ ଲଘୁଚାପ ସମ୍ଭାବନା ,ଦକ୍ଷିଣଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ
ଭୁବନେଶ୍ୱର : ବାତ୍ୟା ଅର୍ଣ୍ଣବ ନ ଯାଉଣୁ ପୁଣିଏକ ଲଘୁଚାପ ସମ୍ଭାବନା । ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ରୂପ ନେଲା ଘୂର୍ଣ୍ଣିବଳୟ । ଆଗାମୀ ୨୪ଘଣ୍ଟାରେ ଘନୀଭୂତ ହୋଇ ଏହା ଏକ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ । ପରବର୍ତ୍ତୀ ୨୪ଘଣ୍ଟା ଅବପାତ ହେବା ସମ୍ଭାବନା ।
ଦକ୍ଷିଣଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଗତ ଦୁଇ ଦିନ ଧରି ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଯାହା ବାୟୁମଣ୍ଡଳର ମଧ୍ୟଭାଗ ଯାଏ ବ୍ୟାପିଛି । ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ତେବେ ଏହି ଲଘୁଚାପ କେତେ ଶକ୍ତିଶାଳୀ ହେବ ଓ ପରବର୍ତ୍ତୀ ସମୟରେ କେଉଁ ଦିଗକୁ ଗତି କରିବ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏହା ଅଧିକ ଘନୀଭୂତ ହେବ କି ନାହିଁ, ସେନେଇ ମଧ୍ୟ ଏବେଠାରୁ ନିଶ୍ଚିତ ଆକଳନ କରାଯାଇପାରିନାହିଁ । ତେଣୁ ଆଗାମୀ ଦିନରେ ପାଣିପାଗର ଗତିବିଧି ଉପରେ ନଜର ରହିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।