ପୁଣି ଜଳିଗଲା ୧ ନମ୍ବର ହାଟ
ଭୂବନେଶ୍ୱର : ଭୁବନେଶ୍ୱରର ୧ ନମ୍ବର ହାଟରେ ପୁଣି ଅଗ୍ନିକାଣ୍ଡ । ଶନିବାର ସକାଳୁ ହାଟ ଭିତରେ ଥିବା ଏକ ଖଲି ଦୋକାନରେ ହଠାତ୍ ନିଆଁ ଲାଗିଥିଲା । ଦେଖୁ ଦେଖୁ ନିଆଁ ନିକଟସ୍ଥ ଅନ୍ୟ ଏକ ଦୋକାନକୁ ବ୍ୟାପି ଯାଇଥିଲା । ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଖବର ପାଇବା ମାତ୍ରେ ଅଗ୍ନିଶମ ବାହିନୀର ୨ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପୂର୍ବରୁ ମଧ୍ୟ ୧ ନମ୍ବର ହାଟରେ ନିଆଁ ଲାଗି ପ୍ରାୟ ୪୦ରୁ ଅଧିକ ଦୋକାନ ଜଳି ଯାଇଥିଲା। ୧ ନମ୍ବର ହାଟରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିବାରୁ ଆଶଙ୍କାରେ ଅଛନ୍ତି ଵ୍ୟଵସାୟୀ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।