ପୁଣି ଥାର୍ ଆତଙ୍କ , ଷଣ୍ଢ -ମଣିଷ ମୃତ

Aug 19, 2026 - 13:37
ପୁଣି ଥାର୍ ଆତଙ୍କ , ଷଣ୍ଢ -ମଣିଷ ମୃତ

ପିପିଲି : ଜାତୀୟ ରାଜପଥରେ ଆତଙ୍କ ଖେଳାଇଲା ଥାର୍ । ପ୍ରଥମେ ଏକ ଷଣ୍ଢକୁ ଧକ୍କା ଦେବା ପରେ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଆଜି ଭୋର ସମୟରେ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଥାର୍ ଗାଡି ପ୍ରଥମେ ପିପିଲି ଗୁଡ଼ିଆ ପୋଖରୀ ନିକଟରେ ଏକ ଷଣ୍ଢ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ଷଣ୍ଢର ମୃତ୍ୟୁ ଘଟିଥିଲା। ଏହାପରେ ଦ୍ରୁତ ଗତିରେ ଆସୁଥିବା ଥାର୍ ଗାଡ଼ିଟି ଭାରସାମ୍ୟ ହରାଇ ପିପଲି ଟୋଲ୍ ପ୍ଲାଜା ନିକଟରେ ଫୁଲ ତୋଳିବାକୁ ବାଇକ ରେ ଯାଉଥିବା ଜଣେ ବରିଷ୍ଠ ନାଗରିକଙ୍କୁ ଧକ୍କା ଦେଇଥିଲା । ଗାଡି ଧକ୍କାରେ ସେ ବାଇକ ରୁ ଛିଟିକି ପଡିବାରୁ ଘଟଣାସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ।

ମୃତକ ହେଲେ ଅ‌ଶୋକ କୁମାର ଦାସ(୬୪)। ତାଙ୍କ ଘର ଯାଜପୁର ଜିଲ୍ଲାରେ । ସେ ସପରିବାର ସହ ନିକଟସ୍ଥ ହାଇଟେକ୍ ଏଭେନ୍‌ ଆପାର୍ଟମେଣ୍ଟରେ ରହୁଥିଲେ । ଖବର ପାଇ ପିପିଲି ପୁଲିସ୍ ଖବର ପାଇ ଘଟଣାସ୍ଥଳରୁ ଦୁଇ ଗାଡ଼ିକୁ ଜବତ କରିବା ସହ ଥର୍ ଗାଡ଼ିରେ ଥିବା ଜଣେ ଗୁରୁତର ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିବା ସହ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି   । 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।