ପୁଣି ଧକ୍କା ଦେଲା ଆମବସ୍, ରଙ୍ଗ୍ରୁଟ୍ରେ ଆସି ବାପ-ଝିଅଙ୍କୁ…
ଭୁବନେଶ୍ୱର,୨୭ା୬: ପୁଣି ଧକ୍କା ଦେଇଛି ଆମବସ୍। ପ୍ରତିଦିନ ଆମବସ୍ କେଉଁଠି ନା କେଉଁଠି ଦୁର୍ଘଟଣା ଘଟାଉଥିବା ଖବର ଆସୁଛି। ଶନିବାର ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରେ ବାପ-ଝିଅଙ୍କୁ ଧକ୍କାଦେଇଛି ଆମବସ୍।
ସ୍କୁଲରୁ ବାପଝିଅ ଫେରୁଥିବାବେଳେ ରଙ୍ଗ୍ରୁଟ୍ରେ ଆସି ଆମବସ୍ ଧକ୍କା ଦେଇଛି। ଦୁର୍ଘଟଣା ଘଟାଇଥିବା ଆମବସ୍କୁ ସ୍ଥାନୀୟ ଲୋକେ ଅଟକାଇଥିବାବେଳେ ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ତଦନ୍ତ କରୁଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।