ପୁଣି ମୁମ୍ବାଇ କ୍ୟାପଟେନ୍ ହେବେ ରୋହିତ ଶର୍ମା! ହାର୍ଦ୍ଦିକଙ୍କୁ ହଟାଇ ପୁଣିଥରେ ଅଧିନାୟକ କରିବାକୁ…

Oct 14, 2026 - 00:34
ପୁଣି ମୁମ୍ବାଇ କ୍ୟାପଟେନ୍ ହେବେ ରୋହିତ ଶର୍ମା! ହାର୍ଦ୍ଦିକଙ୍କୁ ହଟାଇ ପୁଣିଥରେ ଅଧିନାୟକ କରିବାକୁ…

ମୁମ୍ବାଇ,୧୩|୧୦: ଆଇପିଏଲ୍‌ (IPL) ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ (MI) କ୍ୟାମ୍ପରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫ୍ରାଞ୍ଚାଇଜ୍‌ ପୁଣି ଥରେ ଦଳର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମାଙ୍କୁ ଟିମ୍‌ର କମାଣ୍ଡ୍ ଫେରାଇଦେବା ନେଇ ଗମ୍ଭୀରତାରେ ବିଚାର କରୁଛି। ରୋହିତ ନିଜ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ଟି ଐତିହାସିକ ଆଇପିଏଲ୍‌ ଟ୍ରଫି ଜିତାଇଥିଲେ, କିନ୍ତୁ ୨୦୨୪ ସିଜନ ପୂର୍ବରୁ ଗୁଜରାଟ ଟାଇଟନ୍ସରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ୍ କରାଯାଇ ରାାତାରାତି ଦଳର ନୂତନ କ୍ୟାପଟେନ୍ କରାଯାଇଥିଲା।

ହାର୍ଦ୍ଦିକ ପାଣ୍ଡ୍ୟା ୨୦୨୪ରୁ ୨୦୨୬ ପର୍ଯ୍ୟନ୍ତ କ୍ରାଗତ ତିନିୋଟି ସିଜନରେ ଦଳର ଅଧିନାୟକ ରହିଥିଲେ, କିନ୍ତୁ ଏହି ସମୟ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ମଇଦାନ ଭିତରେ ଓ ବାହାରେ ଅତ୍ୟନ୍ତ ଅସ୍ଥିରତାପୂର୍ଣ୍ଣ ରହିଥିଲା। ପ୍ରଶଂସକଙ୍କ ପ୍ରବଳ ବିରୋଧ ଏବଂ ଡ୍ରେସିଂ ରୁମ୍‌ରେ କଥିତ ଅଶାନ୍ତି ପରେ ଏବେ ମ୍ୟାନେଜମେଣ୍ଟ କ୍ୟାପଟେନ୍ସିରେ ବଡ଼ ପରିବର୍ତ୍ତନ କରିବା ମୁଡ୍‌ରେ ନଜର ଆସୁଛି। ରିପୋର୍ଟ ମୁତାବକ, ଏମ୍‌ଆଇ ମ୍ୟାନେଜମେଣ୍ଟ ରୋହିତଙ୍କ ଉପରେ ପୂର୍ଣ୍ଣ ଭରସା ପ୍ରକଟ କରୁଛି ଏବଂ ତାଙ୍କୁ ପୁଣିଥରେ ଅଧିନାୟକ ଭାବେ ନିଯୁକ୍ତ କରିପାରେ।

କ୍ୟାପଟେନ୍ସି ବିକଳ୍ପ ଭାବେ ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଯୁବ ବ୍ୟାଟ୍ସମ୍ୟାନ୍ ତିଲକ ବର୍ମାଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଥିଲା। ତଥାପି, ଦଳର ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଫ୍ରାଞ୍ଚାଇଜ୍‌ର ହାଇକମାଣ୍ଡ୍‌ ମତ ଦେଇଛନ୍ତି ଯେ ରୋହିତ ଶର୍ମା ହିଁ ଏହି ଦାୟିତ୍ୱର ପ୍ରକୃତ ହକଦାର। ସେହି କାରଣରୁ ରୋହିତଙ୍କୁ ପୁଣି କ୍ୟାପଟେନ୍ସି ଦେବା ପାଇଁ ଯୋଜନା ଚାଲିଛି।

ଅଧିନାୟକ ପରିବର୍ତ୍ତନ ଚର୍ଚ୍ଚା ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ନେଇ ମଧ୍ୟ ସସପେନ୍ସ ଗଭୀର ହୋଇଛି। କୁହାଯାଉଛି ଯେ ଆଇପିଏଲ୍‌ ୨୦୨୬ ପରେ ହାର୍ଦ୍ଦିକ ପାଣ୍ଡ୍ୟା ନିଜେ ଫ୍ରାଞ୍ଚାଇଜ୍‌ ଛାଡ଼ିବାକୁଚ୍ଛା ପ୍ରକାଶ କରିଥିଲେ, ଯାହାପରେ ଏମ୍‌ଆଇ ତାଙ୍କୁ ଟ୍ରେଡ୍ କରିବା ପାଇଁ ଅନ୍ୟ ଦଳଗୁଡ଼ିକ ସହ ଯୋଗାଯୋଗ କରିଥିଲା। ତେବେ ରୋହିତ ଶର୍ମାଙ୍କର ଅଧିନାୟକ ଭାବେ ପ୍ରତ୍ୟାବର୍ତ୍ତନ ନେଇ କ୍ରିକେଟ୍ କରିଡରରେ ଜୋରଦାର ଚର୍ଚ୍ଚା ହେଉଥିଲେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ୍ କିମ୍ବା ରୋହିତ ଶର୍ମାଙ୍କ ପକ୍ଷରୁ ଏଯାଏଁ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇନାହିଁ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।