ପୁରୀରେ ଚାଞ୍ଚଲ୍ୟ: ମା’ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶେଷରେ ପୁଲିସ ଜାଲରେ

Oct 20, 2026 - 18:24
ପୁରୀରେ ଚାଞ୍ଚଲ୍ୟ: ମା’ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶେଷରେ ପୁଲିସ ଜାଲରେ

ପୁରୀ,୨୦।୧୦(ଅଜିତ କୁମାର ମହାନ୍ତି): ଦୀର୍ଘ ୫୭ ଦିନର ଲୁଚକାଳି ଖେଳ ପରେ ହତ୍ୟାକାରୀ ପୁଅ ମଦନକୁ ଝାଡ଼ଖଣ୍ଡରୁ ଗିରଫ କରିଛି ପୁରୀ ପୋଲିସ। ଗତ ଅଗଷ୍ଟ ୨୪ ତାରିଖ ସଂଧ୍ୟାରେ କୁମ୍ଭାରପଡା ଥାନା ଅଧୀନ ଯାଇଗଡ଼ ଯାଗା ନିକଟ ପତିତପାବନ ଲେନରେ ଭାଗିରଥି ସାହୁଙ୍କ ଭଡାଘରୁ ମା’ର ଗଳିତ ଶବ ଉଦ୍ଧାର ହୋଇଥିଲା। ଅଭିଯୁକ୍ତ ପୁଅ ନିଜ ମା’କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ରୋଷେଇ ଘର ଚଟାଣ ତଳେ ସିମେଣ୍ଟ ଢଳାଇ ପୋତି ଦେଇଥିଲା। ଦୁର୍ଗନ୍ଧ ବାହାରିବା ପରେ ଘଟଣା ସାମ୍ନାକୁ ଆସିଥିଲା।
ଘଟଣା ପରେ ଅଭିଯୁକ୍ତ ଫେରାର ହୋଇ ଯାଇଥିଲା। ସିଟି ଡିଏସପିଙ୍କ ନେତୃତ୍ୱରେ ସୱତନ୍ତ୍ର ଟିମ ଗଠନ କରାଯାଇ ଗଜପତି, ଗଞ୍ଜାମ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ବହୁ ଖୋଜାଖୋଜି ପରେ ମଧ୍ୟ ପୁଲିସକୁ ସଫଳତା ମିଳିନଥିଲା।ଶେଷରେ ଟେକ୍ନିକାଲ ଟ୍ରାକିଂ ମାଧ୍ୟମରେ ପୁଲିସ ଝାଡ଼ଖଣ୍ଡରୁ ଅଭିଯୁକ୍ତ ମଦନକୁ କାବୁ କରିବାରେ ସଫଳ ହୋଇଛି। ପୋଲିସ ଅଭିଯୁକ୍ତକୁ ନେଇ କୁମ୍ଭାରପଡା ସ୍ଥିତ ଭଡାଘରକୁ ମଦନକୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।