ସୂର୍ଯ୍ୟ-ଶନିଙ୍କ ମହାସଂଯୋଗ: ଏହି ୩ଟି ରାଶିଙ୍କ ଦୁର୍ଦ୍ଦିନର ଦିନ ଆରମ୍ଭ, ଘଟିବ ଏସବୁ, ଯାହା କେବେ…

Oct 20, 2026 - 16:16
ସୂର୍ଯ୍ୟ-ଶନିଙ୍କ ମହାସଂଯୋଗ: ଏହି ୩ଟି ରାଶିଙ୍କ ଦୁର୍ଦ୍ଦିନର ଦିନ ଆରମ୍ଭ, ଘଟିବ ଏସବୁ, ଯାହା କେବେ…

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚଳିତ ବର୍ଷ ଅକ୍ଟୋବର ୧୭, ୨୦୨୬ରେ ସୂର୍ଯ୍ୟଦେବ ତୁଳା ରାଶିରେ ଗୋଚର କରିସାରିଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ତୁଳା ରାଶିରେ ସୂର୍ଯ୍ୟଙ୍କୁ ନୀଚ ସ୍ଥାନୀୟ ବୋଲି ବିଚାର କରାଯାଏ। ଅନ୍ୟପକ୍ଷରେ, କୁମ୍ଭ ରାଶିରେ ଅବସ୍ଥାନ କରୁଥିବା ଶନିଙ୍କ ସହିତ ସୂର୍ଯ୍ୟଙ୍କର ଏକ ‘ଷଡ଼ାଷ୍ଟକ ଯୋଗ’ ନିର୍ମାଣ ହେଉଛି। ଜ୍ୟୋତିଷରେ ଏହି ଯୋଗକୁ ଅତ୍ୟନ୍ତ ଅଶୁଭ ବୋଲି ମାନାଯାଏ। ଏହାର ପ୍ରଭାବରୁ ବ୍ୟକ୍ତିବିଶେଷଙ୍କୁ ଜୀବନର ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ମାନସିକ ଚାପ ବୃଦ୍ଧି ପାଇବା ସହିତ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ବାଧାବିଘ୍ନ ସୃଷ୍ଟି ହୋଇପାରେ। ଏଭଳି ସ୍ଥିତିରେ କିଛି ର୍ନିଦ୍ଦିଷ୍ଟ ରାଶିର ଲୋକଙ୍କୁ ଏହି ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଆସନ୍ତୁ ଜାଣିବା, କେଉଁ ୩ଟି ରାଶିର ସମସ୍ୟା ବଢ଼ିପାରେ…

ଏହି ସମୟ ମଧ୍ୟରେ କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କୁ ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଭାଗିଦାରୀରେ ବ୍ୟାପାର କରୁଥିବା ଲୋକମାନଙ୍କୁ ଟଙ୍କାପଇସା (କାରବାର) ଏବଂ ବ୍ୟାବସାୟିକ ଚୁକ୍ତିଗୁଡ଼ିକରେ ସ୍ବଚ୍ଛତା ବଜାୟ ରଖିବା ଜରୁରୀ। ଚାକିରିଜୀବୀମାନେ କାର୍ଯ୍ୟକ୍ଷେତ୍ରରେ କୌଣସି ପ୍ରକାରର ଅବହେଳା କରିବାଠାରୁ ଦୂରେଇ ରହିବା ଉଚିତ୍‌। କୌଣସି ବି ମାମଲାରେ ଶୀଘ୍ରଗାମୀ କିମ୍ବା ଜଳଦବାଜି ନିଷ୍ପତ୍ତି ନିଅନ୍ତୁ ନାହିଁ। ପରିସ୍ଥିତି ଏପରି ହୋଇପାରେ ଯେ ଅନ୍ୟମାନଙ୍କଠାରୁ ଟଙ୍କାଧାର କରିବାକୁ ପଡ଼ିପାରେ। ଏହାଛଡ଼ା ବିବାହ ମାର୍ଗରେ ମଧ୍ୟ ବାଧାବିଘ୍ନ ବୃଦ୍ଧି ପାଇପାରେ।

ତୁଳା ରାଶିର ଲୋକଙ୍କ ପାଇଁ ଏହି ସମୟଟି କାର୍ଯ୍ୟକ୍ଷେତ୍ର ଦୃଷ୍ଟିରୁ ଟିକେ ଚ୍ୟାଲେଞ୍ଜପୂର୍ଣ୍ଣ ରହିପାରେ। କାର୍ଯ୍ୟାଳୟରେ ଦାୟିତ୍ୱ ବୃଦ୍ଧି ପାଇବା କିମ୍ବା ନିର୍ଦ୍ଧାରିତ ସମୟରେ କାମ ଶେଷ ନ ହେବା କାରଣରୁ ମାନସିକ ଚାପ ଅନୁଭବ ହୋଇପାରେ। ଜଳଦବାଜିରେ କୌଣସି ବଡ଼ ନିଷ୍ପତ୍ତି ନ ନେବା ହିଁ ବୁଦ୍ଧିମାନର କାମ ହେବ। ଏହି ସମୟରେ ଶିକ୍ଷା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ନୂତନ ସମସ୍ୟା ଉପୁଜିପାରେ। ଯେକୌଣସି ଯୋଜନାରେ ଅର୍ଥ ବିନିଯୋଗ କରିବା ପୂର୍ବରୁ ତାହାର ସମସ୍ତ ଦିଗକୁ ଭଲଭାବେ ଯାଞ୍ଚ କରିନିଅନ୍ତୁ। ଏହି ସମୟରେ ବନ୍ଧୁମାନଙ୍କୁ ଆଖି ବନ୍ଦ କରି ବିଶ୍ୱାସ କରିବାରୁ ଦୂରେଇ ରହିବା ଉଚିତ୍‌।

ଧନୁ ରାଶିର ଲୋକଙ୍କୁ ଏହି ସମୟରେ ଅଧିକ ସତର୍କ ରହିବାକୁ ପଡ଼ିବ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ମନୋମୁତାବକ ସଫଳତା ପାଇବା ପାଇଁ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆର୍ଥିକ ମାମଲାରେ କୌଣସି ପ୍ରକାରର ରିସ୍କ ନିଅନ୍ତୁ ନାହିଁ ଏବଂ ବିନିଯୋଗ ସମ୍ବନ୍ଧୀୟ ନିଷ୍ପତ୍ତିଗୁଡ଼ିକ ଚିନ୍ତାଭାବନା କରି ଗ୍ରହଣ କରନ୍ତୁ। ସ୍ବାସ୍ଥ୍ୟକୁ ନେଇ ମଧ୍ୟ ମନରେ ଚିନ୍ତା ଲାଗି ରହିପାରେ। ବିଶେଷକରି, ବିପଦପୂର୍ଣ୍ଣ ବିନିଯୋଗ ଏବଂ ସଟ୍ଟାବାଜିଠାରୁ ସମ୍ପୂର୍ଣ୍ଣ ଦୂରତା ରଜାୟ ରଖିବା ଶ୍ରେୟକର ହେବ। ଏହି ସମୟରେ ପୁରୁଣା ବିବାଦ ପୁଣିଥରେ ଆପଣଙ୍କୁ ଚିନ୍ତାରେ ପକାଇପାରେ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।