ପୁରୁଣା ତିଗିରିଆରୁ ବେଆଇନ ବାଣ ଜବତ,ଜଣେ ଗିରଫ
ଆଠଗଡ: ବେଆଇନ ବାଣ ତିଆରି ଓ ବିକ୍ରିର କୂଟୀର ଶିଳ୍ପ ପାଲଟିଥିବା ତିଗିରିଆ ଥାନା ଅନ୍ତର୍ଗତ ପୁରୁଣା ତିଗିରିଆ ଗ୍ରାମରୁ ମଙ୍ଗଳବାର ତିଗିରିଆ ପୁଲିସ ବହୁ ପରିମାଣରେ ବାଣ ଜବତ କରିଛି । ଏଥିରେ ସଂପୃକ୍ତ ଅଭିଯୁକ୍ତ ଶରତ ସ୍ୱାଇଁ (୬୨) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଫମପଡିଛି । ବିଶେଷ ସୂତ୍ରରୁ ସୂଚନା ପାଇ ଗତକାଲି ସନ୍ଧ୍ୟାରେ ଶରତଙ୍କ ପୁରୁଣା ତିଗିରିଆସ୍ଥିତ ବାସଭବନରେ ପୁଲିସ ଚଢ଼ାଉ କରି ବେଆଇନ ବାଣ ଜବତ କରାଯାଇଥିଲା। ଜବତ ବାଣର ଆନୁମାନିକ ମୂଲ୍ୟ ୨୫ ହଜାର ଟଙ୍କା ହେବ ବୋଲି ଆଇଆଇସି ରମାକାନ୍ତ ନାୟକ ସୂଚନା ଦେଇଛନ୍ତି। ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ଆଇଆଇସି ଶ୍ରୀ ନାୟକଙ୍କ ସୂତ୍ରରୁ ପ୍ରକାଶ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।