ପୂଜା ମଣ୍ଡପରେ ପୂର୍ବତନ ବିଧାୟକ, ଯୁବଗୋଷ୍ଠୀଙ୍କୁ ଭେଟି…

Sep 17, 2026 - 11:43
ପୂଜା ମଣ୍ଡପରେ ପୂର୍ବତନ ବିଧାୟକ, ଯୁବଗୋଷ୍ଠୀଙ୍କୁ ଭେଟି…

ଗଞ୍ଜାମ,୧୭ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସାହିରେ ଧୂମ୍‌ଧାମରେ ଚାଲିଛି ଅଗ୍ର୍ୟ ପୂଜ୍ୟ ଗଜାନନଙ୍କ ପୂଜା। ଆକର୍ଷଣୀୟ ମେଢ଼ ଅତ୍ୟାଧୁନିକ ଆଲୋକ ମାଳାରେ ସହର ଝଲସି ଉଠୁଛି। ଏହି ପରିପ୍ରେକ୍ଷୀରେ ଛତ୍ରପୁର ପୂର୍ବତନ ବିଜେଡି ବିଧାୟକ ସୁବାସ ଚନ୍ଦ୍ର ବେହେରା ନିଜ ସମର୍ଥକଙ୍କ ସହ ଓ୍ବାର୍ଡ ନ ତିନି ଦୁର୍ଗାଦେବୀ ସାହି ଗଣେଶ ପୂଜା ମଣ୍ଡପରେ ପହଞ୍ଚି ଦର୍ଶନ କରିଛନ୍ତି। ଜିଲାପରିଷଦ ସଭ୍ୟ ସନାତନ ବେହେରା, ବ୍ଲକ ସଭାପତି ରଞ୍ଜନ ପଲାଇ,ଏନ୍‌ଏସି ଯୁବ ବିଜେଡି ସଭାପତି ସୁଧୀର କୁମାର ପାଢ଼ୀ, ବିଜେଡି ଯୁବ ନେତା ବିଭୂତି ପଲାଇ, ଯୁବ ସ୍ବେଚ୍ଛାସେବୀ ଉମା ମହାନ୍ତି, ଉଦ୍ୟୋଗପତି ଟୋନି ପଣ୍ଡା, ଯୁବ ବ୍ୟବସାୟୀ ଅସ୍ମିତ ପଣ୍ଡା, ସାମାଜିକ କର୍ମୀ ଗୋବିନ୍ଦ ଗୌଡ଼, ୟୁଟ୍ୟୁବର ପପୁ ପଣ୍ଡା, ସୋନୁ ମହାପାତ୍ର, ପିଣ୍ଟୁ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତନ ବିଧାୟକ ବେହେରା ପହଞ୍ଚିବା ପରେ ଯୁବଗୋଷ୍ଠୀ ତାଙ୍କୁ ସ୍ବାଗତ କରିଥିଲେ। ବିଧାୟକ ଯୁବଗୋଷ୍ଠୀଙ୍କ ସହ ଅନେକ ସମସ୍ୟା ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।