ପୂର୍ବତନ GRS ଏବଂ ଗ୍ରାମସେବକ ଗିରଫ

Oct 24, 2026 - 12:05
ପୂର୍ବତନ GRS ଏବଂ ଗ୍ରାମସେବକ ଗିରଫ

କୋରାପୁଟ : ଭିଜିଲାନ୍ସ ଜାଲରେ ଜିଆରଏସ (ଗ୍ରାମ ରୋଜଗାର ସେବକ) ଏବଂ ଗ୍ରାମସେବକ । ସରକାରୀ ଟଙ୍କା ହରିଲୁଟ୍ ଅଭିଯୋଗରେ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍‌ ଅନ୍ତର୍ଗତ ବାଣୁଆଗୁଡ଼ା ପଞ୍ଚାୟତର ପୂର୍ବତନ ଜିଆରଏସ ଏବଂ ଗ୍ରାମସେବକଙ୍କୁ ଗିରଫ କରିଛି ଭିଜିଲାନ୍ସ  । ୨୦୨୬ ଅକ୍ଟୋବର ୨୩ ତାରିଖରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇ ଜୟପୁର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି ।
 ଗିରଫ ବ୍ୟକ୍ତି ମାନେ ହେଲେ ବାଣୁଆଗୁଡ଼ା ପଞ୍ଚାୟତର ପୂର୍ବତନ ସହକାରୀ ଡାଟା ଏଣ୍ଟ୍ରି ଅପରେଟର (ADEO) ଜି. ଶଙ୍କର । ସେ ବର୍ତ୍ତମାନ ଲମତାପୁଟ ବ୍ଲକରେ କାର୍ଯ୍ୟରତ ଏବଂ ସେହି ପଞ୍ଚାୟତର ଭିଲେଜ୍ ମେଟ୍ ବା ଗ୍ରାମସେବକ ଲଇଖନ ନାୟକ । ଅଭିଯୁକ୍ତ ଦ୍ୱୟ ପ୍ରାୟ ୧୨ ଲକ୍ଷ ୩୩ ହଜାର ୪୩୫ ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଥିଲା ।

ସେମାନେ ବାଣୁଆଗୁଡ଼ା ପଞ୍ଚାୟତ ଅଧୀନରେ ଥିବା ୪ଟି ପ୍ରମୁଖ ସରକାରୀ ବିକାଶମୂଳକ ପ୍ରକଳ୍ପରେ କୌଣସି ପ୍ରକୃତ କାର୍ଯ୍ୟ ନକରି, ଜାଲ୍ କାଗଜପତ୍ର ଏବଂ ନକଲି ବିଲ୍ ପ୍ରସ୍ତୁତ କରି ସମସ୍ତ ଅର୍ଥ ହଡ଼ପ କରିଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।