ପୋଲିସ କବଳରୁ ମୁକୁଳିବା ପରେ ‘‘ଆଟାକିଙ୍ଗ୍ ମୁଡ୍’’ରେ ନେହା ବୋରା…

Oct 17, 2026 - 12:17
ପୋଲିସ କବଳରୁ ମୁକୁଳିବା ପରେ ‘‘ଆଟାକିଙ୍ଗ୍ ମୁଡ୍’’ରେ ନେହା ବୋରା…

ନନ୍ଦିଘୋଷ ବ୍ୟୁରୋ: କିଛି ଘଣ୍ଟା ଅଟକ ରଖିବା ପରେ ନେହା ବୋରାଙ୍କୁ ରାତି ଅଧରେ ଛାଡ଼ିଲା ଦିଲ୍ଲୀ ପୋଲିସ । ଆବଶ୍ୟକ ପ୍ରକ୍ରିୟା ଶେଷ ହେବା ପରେ ଏଆଇଏସଏ ମୁଖ୍ୟଙ୍କୁ ଛାଡ଼ିଛି ପୋଲିସ । ସେପଟେ କକ୍ରୋଚ୍ ଜନତା ପାର୍ଟି ବା ସିଜେପି ନେତା ଅଭିଜିତ ଦୀପକେଙ୍କୁ ହେପାଜତକୁ ନେଇଥିଲା ଦିଲ୍ଲୀ ପୋଲିସ । ଉଭୟ ଦୀପକେ ଓ ନେହା ଦିଲ୍ଲୀରେ ହେବାକୁ ଥିବା ତ୍ରିରଙ୍ଗା ପ୍ରଦର୍ଶନରେ ସାମିଲ ହେବାକୁ ଯାଉଥିଲେ । ଦୀପକେଙ୍କୁ ଘରୁ ବାହାରିବା ମାତ୍ରେ ଉଠାଇ ନିଆଯାଇଥିବା ବେଳେ, ନେହା ବୋରାଙ୍କୁ ମଣ୍ଡି ହାଉସ୍ ନିକଟରେ ଅଟକାଯାଇଥିଲା  । ତେବେ ଦିଲ୍ଲୀ ପୋଲିସ ଅଧିନିୟମ ଧାରା ୬୫ ଅନୁଯାୟୀ ଆନୁଷ୍ଠାନିକ ପ୍ରକ୍ରିୟା ସମାପ୍ତ କରିବା ପରେ ନେହା ବୋରାଙ୍କୁ ପୋଲିସ ମୁକ୍ତ କରିଥିଲା । ଆଉ ଆରକେ ପୁରମ ପୋଲିସ ଷ୍ଟେସନରୁ ମୁକ୍ତ ହେବା ପରେ ନେହା ବୋରା ପୁଣିଥରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବା ସହିତ ଅଭିଜିତ ଦୀପକେଙ୍କ ସମେତ ଅନ୍ୟ ପ୍ରତିବାଦକାରୀଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି ।

ନେହା ବୋରା କହିଛନ୍ତି, ‘‘ଭାରତ ସରକାର ଦୀର୍ଘ ଦିନ ଧରି ଆଇନଗତ ଭାବେ ଏବଂ ବେଆଇନ ଭାବେ ସବୁ ସୀମା ଟପି ସାରିଲେଣି ।            ଆମ ଦେଶରେ ବିନା କାରଣରେ ଲୋକଙ୍କୁ ଅଟକ ରଖିବା ଏବଂ ଘଣ୍ଟା ଘଣ୍ଟା ଧରି ବନ୍ଦୀ କରି ରଖିବାର ଏକ ଦୀର୍ଘକାଳୀନ ଅଭ୍ୟାସ ହୋଇ ଆସିଛି । ଏହା ଏବେ ଆହୁରି ସ୍ପଷ୍ଟ ହୋଇଯାଇଛି, କାରଣ ବର୍ତ୍ତମାନ ଯେଉଁ ଆନ୍ଦୋଳନ ଚାଲିଛି ସେଥିରେ ଏହା ପ୍ରତିଦିନ ଦେଖିବାକୁ ମିଳୁଛି । ତେବେ ଏହି ବେଆଇନ୍ କାର୍ଯ୍ୟ କାହିଁକି ହେଉଛି, କାହିଁକି ଅଟକ ରଖାଯାଉଛି ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ସେମାନଙ୍କୁ କିପରି ବ୍ୟବହାର କରାଯାଉଛି । ଆଜି ତାହା ଆମେ ପ୍ରତ୍ୟକ୍ଷ ଭାବରେ ଦେଖୁଛୁ ।

ସେପଟେ ଉଭୟ ସିଜେପି ଏବଂ ଏଆଇଏସ ସଂଗଠନ ପକ୍ଷରୁ ଉଭୟ ନେତାଙ୍କୁ କେଉଁଠି ରଖାଯାଇଛି, ତାକୁ ନେଇ ପ୍ରଶ୍ନ ଉଠାଇଥିଲା । ଏଭଳି ସ୍ଥିତିରେ ଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟନ୍ତ ହୋଇ ପଡିଥିବା ମୁକୁଳିବା ପରେ ଅଭିଯୋଗ କରିଛନ୍ତି ନେହା  ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।