ପ୍ରଥମ ଟି-୨୦ ପାଇଁ ଟିମ ଇଣ୍ଡିଆରେ ୨ ଧୁରନ୍ଧରଙ୍କ ଏଣ୍ଟ୍ରି: ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ଭାରତ

Oct 22, 2026 - 12:48
ପ୍ରଥମ ଟି-୨୦ ପାଇଁ ଟିମ ଇଣ୍ଡିଆରେ ୨ ଧୁରନ୍ଧରଙ୍କ ଏଣ୍ଟ୍ରି: ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ଭାରତ

ନୂଆଦିଲ୍ଲୀ, ୨୨।୧୦: ପ୍ରଥମ ଟି-୨୦ ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଭାରତ। ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଟି-୨୦ ମ୍ୟାଚ ତୁଳନାରେ ଟିମ ଇଣ୍ଡିଆ ନିଜର ପ୍ଲେଇଂ ଇଲେଭେନରେ ଦୁଇଟି ବଡ଼ ପରିବର୍ତ୍ତନ କରିଛି। ନୀତୀଶ କୁମାର ରେଡ୍ଡୀ ଓ ମୟଙ୍କ ଯାଦବ ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି। ଏହି ମ୍ୟାଚରେ ଭୁବନେଶ୍ୱର କୁମାର ମଧ୍ୟ ଖେଳୁଥିବା ନଜର ଆସିବେ।

ନ୍ୟୁଜିଲାଣ୍ଡର ପେସ ଆକ୍ରମଣରେ ଜଣକ ପରେ ଜଣେ ଘାତକ ଦ୍ରୁତ ବୋଲର ରହିଛନ୍ତି। ଆଡାମ ମିଲନେ ଓ ଲକି ଫର୍ଗୁସନ ଦଳକୁ ଫେରିଛନ୍ତି। ସେମାନଙ୍କ ସହ ମ୍ୟାଟ ହେନରୀ ମଧ୍ୟ ନିଜ ବୋଲିଂରେ କମାଲ କରିବାକୁ ପ୍ରସ୍ତୁତ ଅଛନ୍ତି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ଭୁବନେଶ୍ୱର କୁମାର ଦଳକୁ ଫେରିପାରି ନଥିଲେ, କାରଣ ବର୍ଷା ଯୋଗୁ ସେହି ମ୍ୟାଚ ବାତିଲ ହୋଇଯାଇଥିଲା।

ଭାରତର ପ୍ଲେଇଂ ଇଲେଭେନ: ସଞ୍ଜୁ ସାମସନ (ଉଇକେଟ୍‌କିପର), ଅଭିଷେକ ଶର୍ମା, ଈଶାନ କିଶନ, ଶ୍ରେୟସ ଆୟର (ଅଧିନାୟକ), ତିଳକ ବର୍ମା, ନୀତୀଶ କୁମାର ରେଡ୍ଡୀ, ନମନ ଧୀର, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂହ ଓ ମୟଙ୍କ ଯାଦବ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।