ପ୍ରସାଦ
ଚୁଡ଼ା ଘସା : ଗଣେଶ ପୂଜାରେ ଓଡ଼ିଶାର ସବୁଠାରୁ ପ୍ରସିଦ୍ଧ ଓ ସ୍ୱତନ୍ତ୍ର ଭୋଗ ହେଉଛି 'ଚୁଡ଼ା ଘସା' । ଚୁଡ଼ାକୁ ହାତରେ ଭଲଭାବେ ଘଷି ସେଥିରେ ନଡ଼ିଆ, ଗୁଡ଼ କିମ୍ବା ଚିନି, ଦେଶୀ ଘିଓ, ଗୋଲମରିଚ ଗୁଣ୍ଡ ଏବଂ ଗୁଜୁରାତି ମିଶାଯାଇ ଏହାକୁ ପ୍ରସ୍ତୁତ କରାଯାଏ । ଏହା ସହିତ କଦଳୀ, ସେଓ, ଆଙ୍ଗୁର ଓ ଖଜୁରୀ ପରି କଟା ଫଳ ଏବଂ ବୁନ୍ଦି ମିଶାଇ ପ୍ରଭୁଙ୍କୁ ଅର୍ପଣ କରାଯାଏ ।
ମଗଜ ଲଡ଼ୁ : ଓଡ଼ିଶାର ପ୍ରସିଦ୍ଧ ପାରମ୍ପରିକ ମିଠା ମଧ୍ୟରୁ ମଗଜ ଲଡ଼ୁ ଅନ୍ୟତମ । ଗହମ ଅଟା କିମ୍ବା ବେସନକୁ ଦେଶୀ ଘିଓରେ ଧୀମା ଆଞ୍ଚରେ ଭଲଭାବେ ଭାଜି ସେଥିରେ ଚିନି ଗୁଣ୍ଡ, ଗୁଜୁରାତି ଏବଂ ମଗଜ ଜାତୀୟ ମଞ୍ଜି ମିଶାଇ ଏହି ଲଡ଼ୁ ତିଆରି କରାଯାଏ । ଏହାର ସ୍ୱାଦ ଓ ମହକ ଅତ୍ୟନ୍ତ ନିଆରା ।
ରାଶି ଲଡ଼ୁ : ସିଦ୍ଧିଦାତା ଗଣପତିଙ୍କର ଲଡ଼ୁ ଅତି ପ୍ରିୟ ହୋଇଥିବାରୁ ଓଡ଼ିଶାରେ ରାଶି ଏବଂ ଗୁଡ଼କୁ ନେଇ 'ରାଶି ଲଡ଼ୁ' ପ୍ରସ୍ତୁତ କରାଯାଏ । ଏହା ସ୍ୱାସ୍ଥ୍ୟକର ହେବା ସହ ପୂଜା ଭୋଗରେ ବିଶେଷ ଭାବେ ବ୍ୟବହୃତ ହୋଇଥାଏ ।
କାକରା ଓ ମଣ୍ଡା ପିଠା : ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣି ପରି ଗଣେଶ ପୂଜାରେ ମଧ୍ୟ ସୁଜି, ଚାଉଳ ଚୂନା ଏବଂ ଅଟାରେ କାକରା ଓ ମଣ୍ଡା ପିଠା ତିଆରି ହୋଇଥାଏ । ଏହା ଭିତରେ ନଡ଼ିଆ, ଗୁଡ଼, ଛେନା ଏବଂ ଗୁଜୁରାତି ଗୁଣ୍ଡର ପୁର ଦିଆଯାଇଥାଏ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।