ଭିନ୍ନସ୍ଥାନ ଭିନ୍ନପୂଜା
ସାରା ଭାରତରେ ଗଣେଶ ପୂଜା ଖୁବ୍ ଉତ୍ସାହର ସହ ପାଳନ କରାଯାଉଥିବା ବେଳେ ବିଭିନ୍ନ ରାଜ୍ୟରେ ଏହାର ପରମ୍ପରା ଭିନ୍ନ। ଯେପରିକି ମହାରାଷ୍ଟ୍ରରେ ୧୦ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇ ବଡ଼ ମୂର୍ତ୍ତି, ବିଶାଳ ମେଢ, ସିଦ୍ଧିବିନାୟକ ମନ୍ଦିରରେ ଭିଡ଼, ଭକ୍ତିପୂର୍ଣ୍ଣ ନୃତ୍ୟ, ମୋଦକ ପ୍ରସାଦ ଓ ଜାକଜମକପୂର୍ଣ୍ଣ ଭସାଣି ଶୋଭାଯାତ୍ରା ଦେଖିବାକୁ ମିଳେ। ମହାରାଷ୍ଟ୍ର ପରେ ଦିଲ୍ଲୀରେ ମଧ୍ୟ ବଡ଼ ମୂର୍ତ୍ତି, ମେଢ, ମନ୍ଦିର ପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସୁସ୍ୱାଦୁ ପ୍ରସାଦ ସହ ବ୍ୟାପକ ଭାବେ ଏହା ସମ୍ପନ୍ନ ହୁଏ। ସେହିଭଳି ଗୋଆରେ ଲୋକମାନେ ଘର ସଫା କରି ପ୍ରତିଘରେ ଓ ମନ୍ଦିରରେ ପୂଜା କରିବା ସହ ସ୍ଥାନୀୟ କାରିଗରଙ୍କ ମୂର୍ତ୍ତିକୁ ବାଉଁଶ, ନଡ଼ିଆ ଖୋଳ ଓ ଆଖୁ ଭଳି କଳାତ୍ମକ ସାମଗ୍ରୀରେ ସଜ୍ଜିତ ପେଣ୍ଡାଲରେ ପୂଜା କରନ୍ତି। କର୍ଣ୍ଣାଟକରେ ଏହାକୁ 'ଗଣେଶ ହବ୍ବା' କୁହାଯାଏ, ଯେଉଁଠାରେ ଗଣେଶଙ୍କ ସହ ମା' ପାର୍ବତୀଙ୍କୁ ପୂଜା କରିବାର ବିଶେଷ ପରମ୍ପରା ରହିଛି। ଅନ୍ୟପଟେ ତାମିଲନାଡୁରେ ମଧ୍ୟ ବଡ଼ ବଡ଼ ମୂର୍ତ୍ତି ଓ ପେଣ୍ଡାଲ ସହ ସମସ୍ତ ମନ୍ଦିରରେ ପୂଜାର ଆୟୋଜନ କରାଯାଇ ଶ୍ରଦ୍ଧାଳୁଙ୍କୁ ମୋଦକ ପ୍ରସାଦ ବଣ୍ଟନ କରାଯାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।