ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ !
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ । ଦକ୍ଷିଣ ପୂର୍ବ ଓ ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏବଂ ଆଣ୍ଡାମାନ ଦୀପ ଉପରେ ମଧ୍ୟ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । କାଲି ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଲଘୁଚାପ କ୍ଷେତ୍ର ସମ୍ଭାବନା । ସାଢେ ୮ପର୍ଯ୍ୟବେକ୍ଷଣ ଅନୁଯାୟୀ ଘୁର୍ଣ୍ଣିବାତ୍ୟାଟି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଯାହା ଓଡ଼ିଶା ସମେତ ପୂର୍ବ ଉପକୂଳରେ ବାତ୍ୟା ଆଶଙ୍କା ବଢ଼ାଇ ଦେଇଛି ।
ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଗଲ୍ଫ ଅଫ୍ ଥାଇଲ୍ୟାଣ୍ଡରୁ ଆସିଥିବା ଏହି ଘୂର୍ଣ୍ଣିବଳୟଟି ବର୍ତ୍ତମାନ ଉତ୍ତର ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଦ୍ୱୀପପୁଞ୍ଜ ଅଞ୍ଚଳରେ ସକ୍ରିୟ ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି ।
ଏହା ପ୍ରଭାବରେ ପ୍ରଭାବରେ ୨୩ ଅକ୍ଟୋବର (ଶୁକ୍ରବାର) ସୁଦ୍ଧା ଦକ୍ଷିଣ-ପୂର୍ବ ଏବଂ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ପରବର୍ତ୍ତୀ ୩ ଦିନ ମଧ୍ୟରେ (୨୫ ରୁ ୨୭ ଅକ୍ଟୋବର ମଧ୍ୟରେ) ଅଧିକ ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତର ରୂପ ନେଇପାରେ ।
କେତେକ ଆନ୍ତର୍ଜାତୀୟ ପାଣିପାଗ ମଡେଲ ଅନୁଯାୟୀ, ଏହା ଅକ୍ଟୋବର ୨୯ ତାରିଖ ସୁଦ୍ଧା ଏକ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇ ଓଡ଼ିଶା କିମ୍ବା ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇପାରେ ।
ତେବେ ଭାରତୀୟ ପାଣିପାଗ ବିଭାଗ (IMD) ଏପର୍ଯ୍ୟନ୍ତ ବାତ୍ୟା ସୃଷ୍ଟି ହେବା ନେଇ କୌଣସି ଆନୁଷ୍ଠାନିକ ଚେତାବନୀ କିମ୍ବା ସ୍ପଷ୍ଟ ସୂଚନା ଜାରି କରିନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହାର ତୀବ୍ରତା ଓ ଗତିପଥ ସମ୍ପର୍କରେ ସଠିକ୍ ଚିତ୍ର ସ୍ପଷ୍ଟ ହେବ। ରାଜ୍ୟ ସରକାର ଓ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।