ବଦଳିବ ମଙ୍ଗଳଙ୍କ ଚଳନ: ନଭେମ୍ବରରୁ କେବଳ ଏହି ୩ ରାଶିଙ୍କ ଜୀବନରେ ଆସିବ ବଡ଼ ଝଡ଼! ସମ୍ଭାଳିକି ରୁହନ୍ତୁ, ନଚେତ୍‌…

Oct 28, 2026 - 18:01
ବଦଳିବ ମଙ୍ଗଳଙ୍କ ଚଳନ: ନଭେମ୍ବରରୁ କେବଳ ଏହି ୩ ରାଶିଙ୍କ ଜୀବନରେ ଆସିବ ବଡ଼ ଝଡ଼! ସମ୍ଭାଳିକି ରୁହନ୍ତୁ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୧୨ ନଭେମ୍ବର ୨୦୨୬ରେ ମଙ୍ଗଳ ଗ୍ରହ କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ। ମଙ୍ଗଳଙ୍କ ଏହି ଗୋଚରର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ଭିନ୍ନ ଭିନ୍ନ ଭାବେ ପଡ଼ିପାରେ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, କିଛି ରାଶି ପାଇଁ ଏହି ଗୋଚର ଅନୁକୂଳ ରହିପାରେ, ଅନ୍ୟପଟେ ୩ଟି ରାଶିର ବ୍ୟକ୍ତିଙ୍କୁ କ୍ୟାରିୟର, ଆର୍ଥିକ ସ୍ଥିତି ଓ ପାରିବାରିକ ଜୀବନରେ ଅଧିକ ସତର୍କ ରହିବାକୁ ପଡ଼ିପାରେ।

ତେଣୁ ଏହି ସମୟରେ ନିବେଶ, ସମ୍ପର୍କ ଓ କାର୍ଯ୍ୟକ୍ଷେତ୍ର ସହ ଜଡ଼ିତ ନିଷ୍ପତ୍ତି ନେବାବେଳେ ର୍ଧଯ୍ୟ ରଖିବା ଜରୁରୀ ବୋଲି ଜ୍ୟୋତିଷୀୟ ଆକଳନ କରାଯାଉଛି। ଆସନ୍ତୁ ଜାଣିବା, କେଉଁ ୩ଟି ରାଶି ପାଇଁ ମଙ୍ଗଳଙ୍କ ଏହି ଗୋଚର ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ।

କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ମଙ୍ଗଳଙ୍କ ଗୋଚର ଦ୍ୱାଦଶ ଭାବରେ ହେବ। ଜ୍ୟୋତିଷ ଅନୁସାରେ, ଏହି ଭାବକୁ ଖର୍ଚ୍ଚ ଓ କ୍ଷତି ସହ ଯୋଡ଼ି ଦେଖାଯାଏ। ତେଣୁ ଏହି ସମୟରେ ଜମିବାଡ଼ି, ନିବେଶ ଓ ବୈବାହିକ ଜୀବନ ସମ୍ପର୍କରେ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। ଜମିବାଡ଼ି ସମ୍ବନ୍ଧୀୟ ମାମଲାରେ ସାବଧାନ ରୁହନ୍ତୁ। ନୂଆ ନିବେଶ କରିବା ପୂର୍ବରୁ ଭଲ ଭାବେ ଯାଞ୍ଚ କରିବା ସହ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ବିଦେଶ ସହ ଜଡ଼ିତ ବ୍ୟବସାୟ କରୁଥିବା ବ୍ୟକ୍ତିମାନେ କାରବାର ସମୟରେ ସତର୍କ ରୁହନ୍ତୁ। ବୈବାହିକ ଜୀବନରେ ମତଭେଦ ସୃଷ୍ଟି ହୋଇପାରେ। ତେଣୁ ସମ୍ପର୍କ ମଧ୍ୟରେ ତୃତୀୟ ବ୍ୟକ୍ତିଙ୍କ ହସ୍ତକ୍ଷେପକୁ ନେଇ ସାବଧାନ ରୁହନ୍ତୁ। ନିଜର ଗୋପନୀୟ କଥା ଅନ୍ୟମାନଙ୍କ ସହ ବାଣ୍ଟିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ।

ମକର ରାଶିର ବ୍ୟକ୍ତିଙ୍କ ପାଇଁ ମଙ୍ଗଳଙ୍କ ଗୋଚର ଅଷ୍ଟମ ଭାବରେ ହେବ। ଜ୍ୟୋତିଷ ଅନୁସାରେ, ଅଷ୍ଟମ ଭାବକୁ ଅଚାନକ ଘଟଣା ଓ ଅନିଶ୍ଚିତତା ସହ ଯୋଡ଼ାଯାଏ। ଏହି ସମୟରେ ସୱାସ୍ଥ୍ୟ, ଯାତାୟାତ ଓ କାର୍ଯ୍ୟକ୍ଷେତ୍ରରେ ସତର୍କ ରହିବା ଆବଶ୍ୟକ। ଗାଡ଼ି ଚଳାଇବା ସମୟରେ ଟ୍ରାଫିକ ନିୟମ ପାଳନ କରନ୍ତୁ ଏବଂ ଅଧିକ ସାବଧାନ ରୁହନ୍ତୁ। ସ୍ବାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ। କୌଣସି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନାବଶ୍ୟକ ଯୁକ୍ତିତର୍କ ଯୋଗୁଁ ପାରିବାରିକ ଓ ସାମାଜିକ ସମ୍ପର୍କ ଖରାପ ହୋଇପାରେ। ଚାକିରି କରୁଥିବା ବ୍ୟକ୍ତିମାନେ ଅଫିସ ରାଜନୀତିଠାରୁ ଦୂରେଇ ରୁହନ୍ତୁ। ନଚେତ୍‌ ଆପଣଙ୍କ ପ୍ରତିଷ୍ଠା ଉପରେ ପ୍ରଭାବ ପଡ଼ିପାରେ। କୌଣସି ବିବାଦରେ ପଡ଼ିବା ପୂର୍ବରୁ ପରିସ୍ଥିତିକୁ ଭଲ ଭାବେ ବୁଝନ୍ତୁ।

ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ମଙ୍ଗଳଙ୍କ ଗୋଚର ଷଷ୍ଠ ଭାବରେ ହେବ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ଏହି ଭାବକୁ ଶତ୍ରୁ, ରୋଗ ଓ ପ୍ରତିଯୋଗିତା ସହ ଯୋଡ଼ାଯାଏ। ତେଣୁ କାର୍ଯ୍ୟକ୍ଷେତ୍ର, ପାଠପଢ଼ା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହ ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ। ଆପଣଙ୍କ ସାମ୍ନାରେ ଭଲ ବ୍ୟବହାର କରୁଥିବା କିନ୍ତୁ ପଛରେ ନିନ୍ଦା କରୁଥିବା ବ୍ୟକ୍ତିଙ୍କଠାରୁ ଦୂରତା ରଖିବାକୁ ଚେଷ୍ଟା କରନ୍ତୁ। ଛାତ୍ରୀଛାତ୍ରଙ୍କ ଏକାଗ୍ରତାରେ ବାଧା ସୃଷ୍ଟି ହୋଇପାରେ। ତେଣୁ ଖରାପ ସଙ୍ଗତିଠାରୁ ଦୂରେଇ ରହି ପାଠପଢ଼ା ଉପରେ ଧ୍ୟାନ ଦିଅନ୍ତୁ। ଏକାଗ୍ରତା ବଢ଼ାଇବା ପାଇଁ ଯୋଗ ଓ ଧ୍ୟାନ ଅଭ୍ୟାସ କରିପାରନ୍ତି। ପେଟ କିମ୍ବା ହୃଦୟ ସମ୍ବନ୍ଧୀୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ଅଣଦେଖା ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।