ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିଲେ ମହିଳା ଆଇଆଇସି, ଘରଘର ବୁଲି…
ଗଞ୍ଜାମ,୬ା୧୧(ବିଦ୍ୟାଧର ସାହୁ): ଦୁଃଖ ଆଣି ଦେଇଛି ବାତ୍ୟା ଅର୍ଣ୍ଣବ। ବାତ୍ୟା ଓ ବନ୍ୟାରେ କାହାର ଘର ଭାସିଯାଇଛି ତ କାହାର ଚାଳ ଛପର ଆଜବେଷ୍ଟସ୍ ଉଡ଼ିଯାଇଛି। ଅଧିକାଂଶ ଲୋକଙ୍କ ଘରେ ବନ୍ୟାପାଣି ପଶି ଆସବାବପତ୍ର ନଷ୍ଟ ହେବା ସହ ପିଲାଙ୍କ ବହି ଖାତା ଓଦା ହୋଇଯାଇଛି। ବର୍ତ୍ତମାନ ବାତ୍ୟାବନ୍ୟା ଛାଡ଼ି ଯାଇଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି। ଏହି ବ୍ଲକ ଅନ୍ତର୍ଗତ ଜୁଡ଼ିଏସପୁର ପଞ୍ଚାୟତ ଜୁଡ଼ିଏସ୍ପୁର ଗ୍ରାମ ଚଳିତ ବାତ୍ୟାରେ ବିଶେଷ ପ୍ରଭାବିତ ହୋଇଥିଲା। ୪ ଦିନ ଧରି ପାଣି ଘେରରେ ରହିଥିଲେ ସମଗ୍ର ଗ୍ରାମବାସୀ।
ଏହି ଦୁର୍ଦ୍ଦିନ ପରିସ୍ଥିତିରେ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର ନିଜ ଷ୍ଟାଫ୍ଙ୍କୁ ନେଇ ଗ୍ରାମବାସୀଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରି ମାନବିକତାର ପରିଚୟ ଦେଇଛନ୍ତି। ତାଙ୍କ ପରିବାର ସଦସ୍ୟ ମଧ୍ୟ ଏଥିରେ ସହାୟତା ପ୍ରଦାନ କରିଛନ୍ତି। ଅତ୍ୟନ୍ତ ଗରିବ ପରିବାରକୁ ଘରଘର ବୁଲି ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି ଆଇଆଇସି ପାତ୍ର। ଅସହାୟ ନିଷ୍ପେସିତ ଗରିବ ଜନସାଧାରଣଙ୍କୁ ନିମିତ୍ତ ମାତ୍ର ସହଯୋଗ କଲେ ଆତ୍ମତୃପ୍ତି ମିଳେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଆଇଆଇସି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।