ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

Jul 08, 2026 - 12:45
ବର୍ଷା ସମୟରେ ଏହି ଗଛ ତଳେ ଠିଆ ହେଲେ ହୋଇପାରେ ମୃତ୍ୟୁ, ଜାଣନ୍ତୁ ଏହାର ପ୍ରକୃତ ରହସ୍ୟ…

ବିଶ୍ୱରେ ଅନେକ ପ୍ରକାରର ଗଛ ଏବଂ ଉଦ୍ଭିଦ ରହିଛି। ଯାହା ମଧ୍ୟରୁ ଅନେକ ଅଦ୍ଭୁତ ଏବଂ କିଛି ଅତ୍ୟନ୍ତ ବିପଦପୂର୍ଣ୍ଣ। ଆଜି ଆମେ ଆପଣଙ୍କୁ ଏପରି ଏକ ଗଛ ବିଷୟରେ କହିବୁ,  ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ଗଛକୁ ଇଂରାଜୀରେ ମାନଚିନିଲ କୁହାଯାଏ, ଯାହାକୁ ମୃତ୍ୟୁର ଗଛ (Tree of Death) ମଧ୍ୟ କୁହାଯାଏ। ଏହି ଗଛ ସମୁଦ୍ର କୂଳରେ ଦେଖାଯାଏ ଏବଂ ସାଧାରଣ ଦେଖାଯାଏ। କିନ୍ତୁ ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ।

କିଛି ସାଧାରଣ ଦେଖାଯାଉଥିବା ଗଛ ବିପଦପୂର୍ଣ୍ଣ ଏବଂ ମଣିଷ ପାଇଁ କ୍ଷତିକାରକ ବି ହୋଇପାରେ। ବେଳାଭୂମିରୁ ଘନ ଜଙ୍ଗଲ ପର୍ଯ୍ୟନ୍ତ, ଏପରି କିଛି ଉଦ୍ଭିଦ ଅଛି ଯାହା ବଞ୍ଚିବା ପାଇଁ ବିଶେଷ କ୍ଷମତା ବିକଶିତ କରିଛି। ତେଣୁ ଏହି ଗଛଗୁଡ଼ିକ ପାଖକୁ ଯିବା ସମୟରେ ସତର୍କତା ଜରୁରୀ।

ମାନଚିନିଲ ଏକ ବିପଦପୂର୍ଣ୍ଣ ଗଛ, ଏହାର ବିଷାକ୍ତ ସ୍ବଭାବ ହେତୁ ଏହାକୁ ମୃତ୍ୟୁର ଗଛ କୁହାଯାଏ। ଏହାର ନାମ ସ୍ପାନିସ ଶବ୍ଦ ମାଞ୍ଜାନିଲାରୁ ଆସିଛି, ଯାହାର ଅର୍ଥ ଛୋଟ ଆପଲ, କାରଣ ଏହାର ଫଳ ଏକ ଛୋଟ ଆପଲ ପରି। ଏହି ଛୋଟ ଫଳ ଘାତକ ହୋଇଥାଏ।

Hippomane mancinella - Leon Levy Native Plant Preserve

ଏହି ଉଦ୍ଭିଦ କାରିବିଆନ, ଫ୍ଲୋରିଡ଼ା, ବାହାମାସ, ମଧ୍ୟ ଆମେରିକା ଏବଂ ଉତ୍ତର ଦକ୍ଷିଣ ଆମେରିକାରେ ମିଳେ। ଏହି ଗଛ ୧୫ରୁ ୫୦ ଫୁଟ ଉଚ୍ଚ ହୋଇପାରେ। କେତେକ ସମୟରେ ଏହା ଏକ ବୁଦା ପରି ଦେଖାଯାଏ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ଏହି ଗଛର ପ୍ରତ୍ୟେକ ଅଂଶ- ଛାଲ, ପତ୍ର, ରସ ଏବଂ ଫଳ ବିଷାକ୍ତ ହୋଇଥାଏ।

ଏହି ଗଛ ପାଖକୁ ଯିବା ବିପଦପୂର୍ଣ୍ଣ ହୋଇପାରେ। କୁହାଯାଏ, ବର୍ଷା ସମୟରେ ଏହି ଗଛ ତଳକୁ ଯିବା ଉଚିତ୍‌ ନୁହେଁ। ଏହାର ପତ୍ରରୁ ପଡ଼ିଥିବା ପାଣି ବିଷାକ୍ତ ହୋଇପାରେ ଏବଂ ଚର୍ମରେ ଜ୍ୱଳନ କିମ୍ବା ଫୋଟକା ସୃଷ୍ଟି କରିପାରେ। ଫ୍ଲୋରିଡ଼ା ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟ ଅନୁଯାୟୀ, ଏହାର କ୍ଷୀର ରସ ଚର୍ମରେ ଜ୍ୱଳନ, ତୀବ୍ର କୁଣ୍ଡାଇ, ମୁଣ୍ଡବିନ୍ଧା ଏବଂ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ। ଏହାର କାଠ ପୋଡ଼ିବା ସମୟରେ ନିର୍ଗତ ଧୂଆଁ ଆଖି ଜ୍ୱଳନ ଏବଂ ଅସ୍ଥାୟୀ ଅନ୍ଧତ୍ୱ ସୃଷ୍ଟି କରିପାରେ।

The 'Tree of Death' haunts many a cemetery

ଏହାର ଫଳ ମଧ୍ୟ ବିପଦପୂର୍ଣ୍ଣ। ପ୍ରାରମ୍ଭରେ ଏହାର ସ୍ବାଦ ମିଠା ହୋଇଥାଏ, କିନ୍ତୁ କିଛି ସମୟ ପରେ, ଏହା ପାଟିରେ ଜଳାପୋଡ଼ା, ଗଳାରେ ଯନ୍ତ୍ରଣା ଏବଂ ଗିଳିବାରେ କଷ୍ଟ ସୃଷ୍ଟି କରେ। ଜଣେ ରେଡିଓଲୋଜିଷ୍ଟ ରିପୋର୍ଟ କରିଛନ୍ତି ଯେ, ଫଳ ଖାଇବାର କିଛି ସମୟ ପରେ, ପାଟିରେ ପ୍ରବଳ ଜଳାପୋଡ଼ା ଏବଂ ଗଳା ଦରଜ ହୁଏ। ଯାହାକି ପ୍ରାଣଘାତକ ଅଟେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।