ବର୍ଷାରେ ବେହାଲ କୋରାପୁଟ: ରାସ୍ତାରେ ଭାସିଲା ନର୍ଦ୍ଦମା ପାଣି
କୋରାପୁଟ, ୨୭।୬(ଅମିତାଭ ବେହେରା): କୋରାପୁଟ ସହରରେ ଶନିବାର ଅପରାହ୍ନ ୧ଟାରୁ ୨ଟା ଯାଏ ପ୍ରାୟ ଘଣ୍ଟାଏ ଧରି ପ୍ରବଳ ବର୍ଷା ହୋଇଛି। ବର୍ଷାରେ ସହରର ଜନଜୀବନ ବେହାଲ ହୋଇପଡ଼ିଛି।
ସରରର ବିଭିନ୍ନ ମୁଖ୍ୟ ସଡ଼କ ଏବଂ ତଳିଅଞ୍ଚଳରେ ବର୍ଷା ପାଣି ଜମି ରହିଛି। ଏପରିକି ନାଳ ନର୍ଦ୍ଦମାରୁ ଅଳିଆ ଆବର୍ଜନା ସଫା କରାଯାଉ ନ ଥିବାରୁ ପାଣି ନିଷ୍କାସନ ନ ହୋଇ ନାଳ ପାଣି ଘର ଭିତରେ ପଶୁଥିବା ଅଭିଯୋଗ ହୋଇଛି।
ନାଳ ପାଣି ସହରର ପରାଜସାହି, ଢ଼େପସାହି, ପିଏମ୍ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ କଲୋନୀରେ ଲୋକଙ୍କ ଘରେ ପଶିଛି। ଏପରିକି ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଦୁର୍ଗନ୍ଧ ସୃଷ୍ଟି ହେବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ସହରର ଡ୍ରେନେଜ ବ୍ୟବସ୍ଥା ପୁଣିଥରେ ପଦାକୁ ଆସିଥିବା ବେଳେ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।