ବଲାଙ୍ଗୀରରେ ଚାଞ୍ଚଲ୍ୟ; ଯୁବକଙ୍କ ମୁଣ୍ଡ କାଟି ପୋଖରୀରେ ଫିଙ୍ଗିଦେଲେ

Aug 20, 2026 - 15:52
ବଲାଙ୍ଗୀରରେ ଚାଞ୍ଚଲ୍ୟ; ଯୁବକଙ୍କ ମୁଣ୍ଡ କାଟି ପୋଖରୀରେ ଫିଙ୍ଗିଦେଲେ

ବଲାଙ୍ଗୀର,୨୦।୮( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଦେଓଗାଁ ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଗଡା ଗ୍ରାମ ସ୍କୁଲ ନିକଟରେ ଏକ ପୋଖରୀରୁ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି । ପୋଖରୀ ପାଣିରେ କେବଳ ଶରୀର ଭାସୁଥିବା ବେଳେ ମୁଣ୍ଡ ନ ଥିବା ଦେଖାଯାଇଛି । ମୁଣ୍ଡ ବିହୀନ ଶବ ଭାସୁଥିବା ଖବର ପ୍ରକାଶ ପାଇବା ପରେ ଦେଓଗାଁ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।

ଅଗ୍ନିଶମ ବିଭାଗ ପାଣି ଭିତରେ ଭାସୁଥିବା ଶବକୁ ଉଦ୍ଧାର କରିଛି । ଅଗ୍ନିଶମ ଵିଭାଗର ଏକ ଟିମ୍ ପୋଖରୀ ପାଣିରେ ମୁଣ୍ଡ ଖୋଜୁଥିବା ଦେଖାଦେଇଛି ।
ଘଟଣାକୁ ନେଇ ଦେଓଗାଁ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ଅଧିକ ତଦନ୍ତ ହେବ ବୋଲି ଜଣାପଡ଼ିଛି । ତେବେ ମୁଣ୍ଡ ବିହୀନ ମୃତଦେହର ପରିଚୟ ମିଳିପାରି ନାହିଁ ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।