ବଲାଣିପଶି କ୍ରିକେଟ୍ ଟୁର୍ନାମେଣ୍ଟ: ଡିମ୍ବ ଦଳ ଚାମ୍ପିୟନ

Oct 18, 2026 - 21:26
ବଲାଣିପଶି କ୍ରିକେଟ୍ ଟୁର୍ନାମେଣ୍ଟ: ଡିମ୍ବ ଦଳ ଚାମ୍ପିୟନ

ପାଟଣା,୧୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ଅନ୍ତର୍ଗତ ବଲାଣିପଶି ଗ୍ରାମ ଖେଳପଡ଼ିଆରେ ମା’ ବୀଣାପାଣି ଯୁବକ ସଂଘ ପକ୍ଷରୁ ଆୟୋଜିତ ଚାରିଦିନିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଛି । ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିଥିବାବେଳେ ଫାଇନାଲରେ କୁଳିପଶିକୁ ପରାସ୍ତ କରି ଡିମ୍ବ ଦଳ ଚାମ୍ପିୟନ ହୋଇଛି।
ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି କୁଳିପଶି ଦଳ ପ୍ରଥମେ ବ୍ୟାଟିଂ କରି ୧୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୨୮ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଡିମ୍ବ ଦଳ ୧୨୯ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ୧୩୨ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲା। ଚାମ୍ପିୟନ ଡିମ୍ବ ଦଳକୁ ଟ୍ରଫି ସହ ୧୪ ହଜାର ଟଙ୍କା ଏବଂ ରନର୍ସଅପ୍‌ କୁଳିପଶି ଦଳକୁ ଟ୍ରଫି ସହ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା।
ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ଜିଲା ସଭାପତି ରାଧାକାନ୍ତ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କୁଡୁମୀ ସେନାର ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ସ୍ଥାନୀୟ ସରପଞ୍ଚ ଲିନା ନାଏକ, ପ୍ରଧାନ ଶିକ୍ଷକ ଋଷିନାଥ ମହାନ୍ତ, ନାଏବ ସରପଞ୍ଚ ବାସନ୍ତୀ ମହାନ୍ତ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ମହାନ୍ତ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଆୟୋଜକ ସଂଘ ପକ୍ଷରୁ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ମ୍ୟାଚ୍‌କୁ ଦାରୁବ୍ରହ୍ମ ମହାନ୍ତ ଓ କେଶବ ଚନ୍ଦ୍ର ମହାନ୍ତ ଅମ୍ପାୟାର ଭାବେ ପରିଚାଳନା କରିଥିଲେ। ସୁଶୀଲ କୁମାର ପାତ୍ର ଓ ଧରଣୀଧର ମହାନ୍ତ ଯଥାକ୍ରମେ ଦୁଇ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ଅରୁଣ କୁମାର ମହାନ୍ତ ଓ ଟଙ୍କଧର ମହାନ୍ତ ଓଡ଼ିଆରେ ଧାରାବିବରଣୀ ପ୍ରଦାନ କରିଥିବାବେଳେ ଜିତେନ୍ଦ୍ର ମହାନ୍ତ ସ୍କୋରର ଦାୟିତ୍ୱ ତୁଲାଇଥିଲେ। କମିଟି ସଭାପତି ସୁଜେଲ କୁମାର ମହାନ୍ତ, ସମ୍ପାଦକ ରାଜ କୁମାର ମହାନ୍ତ, ଧୀରେନ ମହାନ୍ତଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।