Python Killed Goat: ଆନନ୍ଦପୁରରେ ଅଭାବନୀୟ: ଛେଳିକୁ ଗିଳି ଦେଲା ଅଜଗର
ଆନନ୍ଦପୁର: ଆନନ୍ଦପୁର ବ୍ଲକ ବେଲବାହାଳି ନିକଟରେ ଛେଳି କୁ ଏକ ଅଜଗର ଗିଳି ଦେଇଥିବା ବେଳେ ଛେଳିଟି ମରି ଯାଇଛି l ଗ୍ରାମର ରଙ୍କନିଧି ବେହେରା ନିଜର ଛେଳି ଛାଡ଼ିଦେଇ ଗଛ ମୂଳେ ବିଶ୍ରାମ ନେଉଥିଲେ l ହଠାତ୍ ଛେଳିର ଚିତ୍କାର ଶୁଣି ପହଞ୍ଚିବାରୁ ଏକ ବିରାଟ ଅଜଗର ଗୋଟିଏ ଛେଳିକୁ ଅଧା ଗିଳି ଦେଇଥିବା ଦେଖିବାକୁ ପାଇଥିଲେ l Advertisment ଜଙ୍ଗଲକୁ ପଳାଇଥିଲା ଅଜଗର ରଙ୍କନିଧି ଠେଙ୍ଗା ଆଣିବାକୁ ଯାଇ ନିକଟରେ ଥିବା ଲୋକଙ୍କୁ ଡାକିଥିଲେ l ତେବେ ଲୋକ ପହଞ୍ଚିବା ବେଳକୁ ଅଜଗର ଛେଳିକୁ ଛାଡ଼ି ନିକଟରେ ଥିବା ଛୋଟ ଜଙ୍ଗଲ ମଧ୍ୟକୁ ପଳାଇଥିଲା l କିଛି ସମୟ ମଧ୍ୟରେ ଛେଳିଟି ମରି ଯାଇଥିଲା l Cyclone: ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରସ୍ତୁତି ଜୋରଦାର, ଜରୁରୀକାଳୀନ ବ୍ୟବସ୍ଥା ସୁଦୃଢ଼
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।