ବାରରୁ ହେଉଥିଲା ମଦ ଚାଲାଣ: ୯୩.୦୮ ଲିଟର ବିଦେଶୀ ମଦ ଜବତ, ୨ ଗିରଫ
କୋରାପୁଟ,୩୦।୧୦(ଅମିତାଭ ବେହେରା): ମଦ ଚୋରା ଚାଲାଣ ବିରୋଧରେ କୋରାପୁଟ ଜିଲା ନାରାୟଣପାଟଣା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବନ୍ଧୁଗାଁ ଅଞ୍ଚଳର ଏକ ବାରରୁ ନାରାୟଣପାଟଣା ଅଞ୍ଚଳର କୁଚିଆ ମଦ ବ୍ୟବସାୟୀଙ୍କ ନିକଟକୁ ବିଦେଶୀ ମଦ ଯୋଗାଣ ହେଉଥିବା ବେଳେ ପୋଲିସ ଚଢ଼ାଉ କରି ୯୩.୦୮ ଲିଟର ବିଦେଶୀ ମଦ ଜବତ କରିଛି।
ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିବା ସହ ମଦ ପରିବହନରେ ବ୍ୟବହୃତ ଏକ ବୁଲେରୋ ଗାଡ଼ିକୁ ଜବତ କରାଯାଇଥିବା ଲକ୍ଷ୍ମୀପୁର ଏସ୍ଡିପିଓ ମନୋଜ ବେହେରା ସୂଚନା ଦେଇଛନ୍ତି।
ଏନେଇ ନାରାୟଣପାଟଣା ଥାନାରେ ଅବକାରୀ ଆଇନ ଅନୁଯାୟୀ ଏକ ମାମଲା(ନଂ.୯୪/୨୬) ରୁଜୁ ହୋଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସମ୍ପୃକ୍ତ ବାର୍ ମ୍ୟାନେଜର ପଙ୍କଜ କୁମାର ସିଂ ଫେରାର ଥିବା ଜଣାପଡ଼ିଛି। ତାଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସ୍ଡିପିଓ ବେହେରା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ଅଞ୍ଚଳରେ ବେଆଇନ ମଦ କାରବାରକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।