ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…
ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା ସିଧାସଳଖ ବ୍ୟାଙ୍କ ଖାତାକୁ ପଠାଯିବ।
ଉତ୍ତର ପ୍ରଦେଶରେ ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ନୂଆ ବ୍ୟବସ୍ଥା ଲାଗୁ କରାଯାଇଛି। ଏହା ଅଧୀନରେ ଏବେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବାର ନିୟମରେ ପରିବର୍ତ୍ତନ ହୋଇଛି। ୟୁପିରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା ଦୁଇଟି କିସ୍ତିରେ ଦିଆଯିବ। ଭତ୍ତା ରାଶି DBT (ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର) ମାଧ୍ୟମରେ ସିଧାସଳଖ ଆକାଉଣ୍ଟରେ ପହଞ୍ଚିବ। ୟୁପିରେ ପ୍ରାୟ ୧.୧୯ ଲକ୍ଷ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ଅଛନ୍ତି। ଏବେ ଏହି ନୂତନ ବ୍ୟବସ୍ଥା ଅନୁସାରେ ଭତ୍ତା ରାଶି ପଠାଇବା ଆରମ୍ଭ କରାଯାଇଛି।
ପୂର୍ୱରୁ ତିନି ମାସ ଅର୍ଥାତ ୯୦ ଦିନରେ ଥରେ ୩୦୦୦ ଟଙ୍କାର ଭତ୍ତା ରାଶି ପଠାଯାଉଥିଲା। କିନ୍ତୁ ଏବେ ୧୫୦୦-୧୫୦୦ ଟଙ୍କାର ଦୁଇଟି କିସ୍ତିରେ ଏହି ଭତ୍ତା ରାଶି ପ୍ରଦାନ କରାଯିବ। ଏହି ୧୫୦୦ ଟଙ୍କାର ଭତ୍ତା ରାଶି ଏବେ ପ୍ରତି ୪୫ ଦିନରେ ଜାରି ହେବ। ଭତ୍ତା ପ୍ରଦାନ ହେବା ମାତ୍ରେ ହିତାଧିକାରୀମାନେ SMS ଏବଂ ଅଫିସିଆଲ ପୋର୍ଟାଲ ମାଧ୍ୟମରେ ଏହାର ସୂଚନା ପାଇପାରିବେ।
ନୂଆ ବ୍ୟବସ୍ଥାରେ ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀଙ୍କୁ ତିନି ମାସରେ ମିଳୁଥିବା ୩୦୦୦ ଟଙ୍କା ଭତ୍ତାରୁ ୧୫୦୦ ଟଙ୍କା କେନ୍ଦ୍ର ସରକାର ଏବଂ ୧୫୦୦ ଟଙ୍କା ରାଜ୍ୟ ସରକାର ବହନ କରିବେ। ତେବେ ୮୦ ବର୍ଷରୁ କମ ବୟସର ହିତାଧିକାରୀଙ୍କ ପାଇଁ ତିନି ମାସରେ ୩୦୦୦ ଟଙ୍କା ଭତ୍ତା ମଧ୍ୟରୁ ରାଜ୍ୟ ସରକାର ୨୪୦୦ ଟଙ୍କା ଏବଂ କେନ୍ଦ୍ର ସରକାର ୬୦୦ ଟଙ୍କାର ଯୋଗଦାନ ଦେବେ।
୬୦ ବର୍ଷ ବୟସର ବ୍ୟକ୍ତି ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିପାରିବେ। ତେବେ ଏଥିପାଇଁ ଆୟ ସୀମା ମଧ୍ୟ ର୍ନିଦ୍ଧାରଣ କରାଯାଇଛି। ଏହାର ଅର୍ଥ ହେଉଛି ସମସ୍ତ ୬୦ ବର୍ଷୀୟ ବ୍ୟକ୍ତି ବାର୍ଦ୍ଧକ୍ୟ ଭତ୍ତାର ଲାଭ ପାଇପାରିବେ ନାହିଁ।
ଗ୍ରାମାଞ୍ଚଳରେ ଯଦି ୬୦ ବର୍ଷୀୟ ବ୍ୟକ୍ତିଙ୍କ ବାର୍ଷିକ ଆୟ ୪୬,୦୮୦ ଟଙ୍କା ଏବଂ ସହରାଞ୍ଚଳରେ ବାର୍ଷିକ ଆୟ ୫୬,୪୬୦ ଟଙ୍କା ପର୍ଯ୍ୟନ୍ତ ହୋଇଥିବ, ତେବେ ଯାଇ ବାର୍ଦ୍ଧକ୍ୟ ଭତ୍ତାର ଲାଭ ମିଳିପାରିବ।
ଆବେଦନ ସହିତ ବୟସ ପ୍ରମାଣପତ୍ର ଏବଂ ଆଧାର ସହିତ ସଂଯୁକ୍ତ ବ୍ୟାଙ୍କ ଖାତା (Bank Account) ରହିବା ବାଧ୍ୟତାମୂଳକ।
ଆବେଦନ ପାଇଁ ପରିବାର ରେଜିଷ୍ଟରର ନକଲ, ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ପାସବୁକ, ପାସପୋର୍ଟ ସାଇଜ ଫଟୋ ଏବଂ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର (ଯଦି ଥାଏ) ଭଳି ଦସ୍ତାବିଜ ଦେବାକୁ ପଡ଼ିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।