ବାର୍ଷିକ ୧୦୦୦ କୋଟି ଅଣ୍ଡା ଉତ୍ପାଦ ଲକ୍ଷ - ମନ୍ତ୍ରୀ

Oct 10, 2026 - 15:03
ବାର୍ଷିକ ୧୦୦୦ କୋଟି ଅଣ୍ଡା ଉତ୍ପାଦ ଲକ୍ଷ - ମନ୍ତ୍ରୀ

ଭୁବନେଶ୍ୱର : କୁକୁଡ଼ା ଚାଷକୁ ପ୍ରୋତ୍ସାହନ । ରାଜ୍ୟରେ ବୃଦ୍ଧି ହେବ ଅଣ୍ଡା ଉତ୍ପାଦନ ଲକ୍ଷ । ୨୦୨୯ ସୁଦ୍ଧା ବାର୍ଷିକ ୫୦୦ କୋଟି ଅଣ୍ଡା ଉତ୍ପାଦନ ଲକ୍ଷ୍ୟ ରଖିଛି ଓଡିଶା । ଆଉ ୨୦୩୬ ସୁଦ୍ଧା ହଜାରେ କୋଟି ଅଣ୍ଡା ଉତ୍ପାଦାନ ଲକ୍ଷ୍ୟ ରହିଛି । ଏହି ଲକ୍ଷ୍ୟ ହାସଲ ପାଇଁ ବଡ଼ ଅଣ୍ଡା ଚାଷୀଙ୍କ ପାଇଁ ବ୍ୟବସାୟିକ କୁକୁଡ଼ା ପାଳନ ଯୋଜନାର ଶୁଭାରମ୍ଭ କରାଯାଇଛି । ସେଥିପାଇଁ  ୮ ରୁ ୧୦ କୋଟି ଯାଏଁ ସବସିଡି ମିଳିବ ବୋଲି କହିଛନ୍ତି  ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

ଅଣ୍ଡା ଉତ୍ପାଦନରେ ଓଡିଶା ଆତ୍ମନିର୍ଭର ହେବା ପାଇଁ ବିଶ୍ୱ ଅଣ୍ଡା ଦିବସରେ ବ୍ୟବସାୟିକ କୁକୁଡ଼ା ପାଳନ ବା କମର୍ସିଆଲ ଲେୟାର ଫାର୍ମିଂ ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଯୋଜନାରେ ସବସିଡକୁ ବୃଦ୍ଧି କରାଯାଇ ସର୍ବାଧିକ ୮ କୋଟି ଏବଂ କେବିକେ ଅଞ୍ଚଳରେ ୧୦ କୋଟି କରାଯାଇଛି । ପୂର୍ବରୁ ଅଣ୍ଡା ଚାଷୀ ସର୍ବାଧିକ ୧ କୋଟି ଯାଏଁ ସବସିଡ ପାଉଥିଲେ । ୨୫ ହଜାରରୁ ଅଧିକ କୁକୁଡ଼ା ଚାଷ କରୁଥିବା ଚାଷୀ ଏହାର ଫାଇଦା ପାଇପାରିବେ ।

ଲକ୍ଷ୍ମୀସାଗର ସ୍ଥିତ ପ୍ରାଣୀଚିକିତ୍ସା ଅଧିକାରୀ ଟ୍ରେନିଂ ସେଣ୍ଟର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଯୋଜନାର ଶୁଭରମ୍ଭ କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ । ଏହାସହ ଏକାଧିକ ଚାଷୀ ଏବଂ ଉଦ୍ୟୋଗୀଙ୍କୁ ଗୋ ଆହେଡ଼ ସାଟିଫିକେଟ ବାଣ୍ଟିଥିଲେ ମନ୍ତ୍ରୀ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।