ଭାରତୀୟ ବଂଶୋଦ୍ଭବ 'ନାଭି' ପିଲ୍ଲେ ଙ୍କୁ ଶାନ୍ତି ନୋବେଲ
ନୂଆଦିଲ୍ଲୀ : ଶାନ୍ତି ପାଇଁ ନୋବେଲ ପୁରସ୍କାର ଘୋଷଣା ଇ ୨୦୨୬ ମସିହାରେ ପ୍ରତିଷ୍ଠିତ ନୋବେଲ ଶାନ୍ତି ପୁରସ୍କାର ପାଇବେ ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥମ୍ 'ନାଭି' ପିଲ୍ଲେ । ନରୱେର ନୋବେଲ କମିଟି ଦ୍ୱାରା ଅନ୍ତର୍ଜାତୀୟ ଆଇନ ଏବଂ ମାନବାଧିକାର ରକ୍ଷା କ୍ଷେତ୍ରରେ ତାଙ୍କର ଅତୁଳନୀୟ ତଥା ସାହସିକ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।
୨୦୨୬ ଡିସେମ୍ବର ୧୦ ତାରିଖରେ ଆଲଫ୍ରେଡ୍ ନୋବେଲଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ନରୱେର ଓସଲୋଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ତାଙ୍କୁ ଏହି ପୁରସ୍କାର ଆନୁଷ୍ଠାନିକ ଭାବେ ପ୍ରଦାନ କରାଯିବ ।
ନାଭି ପିଲ୍ଲେଙ୍କ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ:
ନାଭି ପିଲ୍ଲେ ୧୯୪୧ ମସିହାରେ ଦକ୍ଷିଣ ଆଫ୍ରିକାର ଡର୍ବାନଠାରେ ଏକ ଗରିବ ଭାରତୀୟ ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବର୍ଣ୍ଣବୈଷମ୍ୟବାଦ ସମୟରେ ସେ ଦକ୍ଷିଣ ଆଫ୍ରିକାର ନାଟାଲ ପ୍ରଦେଶରେ ଓକିଲାତି ଆରମ୍ଭ କରିଥିବା ପ୍ରଥମ ଅଣ-ଶ୍ୱେତାଙ୍ଗ ମହିଳା ଥିଲେ । ସେ ସେହି ସମୟରେ ନେଲସନ ମାଣ୍ଡେଲାଙ୍କ ଭଳି ଅନେକ ଆନ୍ଦୋଳନକାରୀଙ୍କ ପାଇଁ କୋର୍ଟରେ ଲଢ଼ିଥିଲେ । ଏହାବାଦ ସେ ଜାତିସଂଘର ମାନବାଧିକାର ହାଇକମିଶନର ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ. ଏହା ବ୍ୟତୀତ ସେ ଆନ୍ତର୍ଜାତୀୟ ଅପରାଧିକ ଅଦାଲତ ଏବଂ ରୁଆଣ୍ଡା ପାଇଁ ଗଠିତ ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲର ବିଚାରପତି ମଧ୍ୟ ରହିଛନ୍ତି । ଏହି ସମୟ ମଧ୍ୟରେ ରୁଆଣ୍ଡା ଗଣହତ୍ୟାର ବିଚାର ସମୟରେ କୋର୍ଟରେ ବଳାତ୍କାର ଓ ଯୌନ ହିଂସାକୁ 'ଜନସଂହାର' ବା ଗଣହତ୍ୟାର ଅଂଶ ଭାବେ ମାନ୍ୟତା ଦେବାର ଐତିହାସିକ ଆଇନଗତ ନିଷ୍ପତ୍ତି ଗ୍ରହଣ କରିଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।