ବିଜୟା ଦଶମୀ ରେ ନୂଆ ଓଡିଆ ଚଳଚ୍ଚିତ୍ର ଆସ ସାଇର ଶୁଭଯାତ୍ରା

Oct 21, 2026 - 22:30
ବିଜୟା ଦଶମୀ ରେ ନୂଆ ଓଡିଆ ଚଳଚ୍ଚିତ୍ର ଆସ ସାଇର ଶୁଭଯାତ୍ରା

ଭୁବନେଶ୍ୱର : ପବିତ୍ର ବିଜୟା ଦଶମୀ ଅବସରରେ ସାଇବାବାଙ୍କ ମହାଅଭିଷେକ, ଆଳତି ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା ମଧ୍ୟରେ ଆରମ୍ଭ ହୋଇଛି ନୂତନ ଓଡ଼ିଆ ଚଳଚ୍ଚିତ୍ର ‘ଆସ ସାଇ’ର ଶୁଭଯାତ୍ରା। ଏହି ପବିତ୍ର ଅବସରରେ ସାଇ ଶ୍ରଦ୍ଧା ଟେଲି ପ୍ରଡ଼କସନ ତରଫରୁ ଚଳଚ୍ଚିତ୍ରର ସ୍କ୍ରିପ୍ଟ ପୂଜା ସହ ନାମକରଣ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀ ଙ୍କ ଦ୍ଵାରା କରାଯାଇଥିଲା। କାର୍ଯ୍ୟକ୍ରମରେ ପୂଜ୍ୟ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସ୍ୱସ୍ତି ହୋଟେଲର ମାଲିକ ଜେ.କେ. ମହାନ୍ତି ଏବଂ ସାଇ ମନ୍ଦିରର ସଭାପତି ବିଭୁ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସରରେ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କୁ ଆସ ସାଇ ଲେଖାଯାଇଥିବା ସାଇବାବାଙ୍କ ପ୍ରତିମୂର୍ତ୍ତି ସାଇ ଶ୍ରଦ୍ଧା ପ୍ରଡକ୍ସନ ଦ୍ୱାରା ପ୍ରଦାନ କରାଯାଇଥିଲା। ପରେ ଚଳଚ୍ଚିତ୍ରକୁ କେନ୍ଦ୍ର କରି ଭୁବନେଶ୍ୱର ପ୍ରେସ୍ କ୍ଲବଠାରେ ସାଇଶ୍ରଧା ଟେଲି ପ୍ରଡକ୍ସନ ର ମୁଖ୍ୟ ସୌଭାଗ୍ୟ ଲକ୍ଷ୍ମୀ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ୧ଶହ ରୁ ଅଧିକ କଳାକାର, ସିନେ ପ୍ରଯୋଜକ, ସିନେ ନିର୍ଦ୍ଦେଶକ ଓ ବୈଷୟିକ କର୍ମଚାରୀ ଯୋଗ ଦେଇଥିଲେ।ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶରେ ସାଇ ଶ୍ରଦ୍ଧା ଟେଲି ପ୍ରଡକ୍ସନ ର ଚଳଚ୍ଚିତ୍ର ‘ଆସ ସାଇ’ର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ତେବେ ଦର୍ଶକ ଯେପରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନବକଳେବରକୁ ଭଲ ପାଇବା ଦେଇଥିଲେ ଠିକ ସେହିପରି ଆସ ସାଇ ଚଳଚ୍ଚିତ୍ରକୁ ମଧ୍ୟ ହୃଦୟରେ ସ୍ଥାନ ଦେବେ ବୋଲି ପ୍ରଯୋଜିକା ସୌଭାଗ୍ୟ  ଲକ୍ଷ୍ମୀ ଜେନା ଆଶା ପ୍ରକଟ କରିଛନ୍ତି l

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।