ବିଦ୍ୟୁତ ଆଘାତରେ ହାତୀ ଛୁଆ ମୃତ
ଢେଙ୍କାନାଳ : ବିଦ୍ୟୁତ ଆଘାତ ଲାଗି ହାତୀ ଛୁଆର ମୃତ୍ୟୁ । ଢେଙ୍କାନାଳ ବନଖଣ୍ଡ ଷଢଙ୍ଗୀ ବନାଞ୍ଚଳରେ ଘଟିଛି ଏହି ଅଘଟଣ । ମୃତ ହାତୀ ଛୁଆର ବୟସ ପରେ ୯/୧୦ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ସୋଲାର ଫେନସିଂ ଲାଗି ହାତୀର ମୃତ୍ୟୁ ହୋଇଥିବା ଅନୁମାଲ କରାଯାଉଛି ।
ଖବର ଅନୁଯାୟୀ, ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଶ୍ରୀମନ୍ତପୁର ଗ୍ରାମ ନିକଟସ୍ଥ ଧାନ ବିଲ ନିକଟରେ ଏକ ହାତୀର ରେ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନ ବିଭାଗ ପହଁଚି ତଦନ୍ତ ଆରମ୍ଭ କରିଛି। ହାତୀ ଛୁଆର ମୃତଦେହ ଉଦ୍ଧାର କରିଛି ବନ ବିଭାଗ।ଧାନ ବିଲରେ ଲାଗିଥିବା ସୋଲାର ଫେନସିଂ ତାର ଲାଗି ହାତୀ ଛୁଆର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଧରା ପଡିଯିବା ଭୟରେ ସୋଲାର ଫେନ୍ସିଂକୁ ଉପାଡି ନିଆଯାଇଥିବା ସନ୍ଦେହ କରାଯାଉଛି। ସୋଲାର ଫେନ୍ସିଂ ବିଛାଇଥିବା ଜମି ମାଲିକ ଶ୍ରୀମନ୍ତପୁର ଗାଁର ମାନ ଗୁଇଆ ନାମକ ଯୁବକଙ୍କୁ ଗିରଫ କରିଛି ବନ ବିଭାଗ । ତେବେ ଶବ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ କହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।