ବିଦ୍ୟୁତ ଉପଭୋକ୍ତାଙ୍କୁ ଝଟ୍କା! ନଭେମ୍ୱର ୧ରୁ ବଢିବ ଇଲେକ୍ଟ୍ରି ବିଲ୍, ପ୍ରତି କିଲୋଓ଼୍ବାଟ୍ ପିଛା ଲାଗିବ…
ନୂଆଦିଲ୍ଲୀ,୩୧।୧୦: ରାଜ୍ୟରେ ବିଜୁଳି ସଂଯୋଗ (Electricity Connection) ମହଙ୍ଗା ହୋଇଯାଇଛି ଏବଂ ନଭେମ୍ୱର ୧ ରୁ ନୂଆ ଦର ଲାଗୁ ହେବ। ନୂଆ ବିଜୁଳି ସଂଯୋଗ ପାଇଁ ଏବେ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ବିହାର ବିଦ୍ୟୁତ୍ତ ନିୟାମକ ଆୟୋଗ (BERC) ଏହାକୁ ମଞ୍ଜୁରୀ ଦେଇଛନ୍ତି। ନର୍ଥ ବିହାର ପାୱାର ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଲିମିଟେଡ ଏବଂ ସାଉଥ ବିହାର ପାୱାର ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଲିମିଟେଡ ଏହି ନୂଆ ଦର ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ନୂଆ ଦର ୧୫୦ କିଲୋୱାଟ ପର୍ଯ୍ୟନ୍ତ ବିଜୁଳି ସଂଯୋଗ ଉପରେ ଲାଗୁ ହେବ। ନୂତନ ନିୟମ ଅନୁଯାୟୀ ସିଙ୍ଗଲ ଫେଜ ଏବଂ ଥ୍ରୀ ଫେଜ ସଂଯୋଗ ପାଇଁ ର୍ନିଦ୍ଦିଷ୍ଟ ସର୍ଭିସ ଚାର୍ଜ ମଧ୍ୟ ସ୍ଥିର କରାଯାଇଛି।
ଘରୋଇ କିମ୍ୱା ଅନ୍ୟ କୌଣସି ବର୍ଗରେ ଲୋ-ଟେନ୍ସନ ସିଙ୍ଗଲ ଫେଜ୍ର ୭ କିଲୋୱାଟ ପର୍ଯ୍ୟନ୍ତ ନୂଆ ସଂଯୋଗ ନେଲେ ଏବେ ଅଧିକ ଟଙ୍କା ଦେବାକୁ ପଡ଼ିବ। ୩ କିଲୋୱାଟ ପର୍ଯ୍ୟନ୍ତ ବିଜୁଳି ସଂଯୋଗ ପାଇଁ ୯୦୦ ଟଙ୍କା ସର୍ଭିସ ଚାର୍ଜ ଦେବାକୁ ହେବ। ପ୍ରତି କିଲୋୱାଟ ପାଇଁ ୩୦୦ ଟଙ୍କା ହିସାବରେ ଦର ଧାର୍ଯ୍ୟ ହୋଇଛି। ୩ କିଲୋୱାଟରୁ ଅଧିକ ହେଲେ ୨,୭୦୦ ଟଙ୍କା ମୂଳ ଦେୟ (Base Charge) ଲାଗିବ ଏବଂ ୩ କିଲୋୱାଟରୁ ଉର୍ଦ୍ଧ୍ୱ ପ୍ରତି ଅତିରିକ୍ତ କିଲୋୱାଟ ପାଇଁ ୧,୦୦୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ।
ଲୋ-ଟେନ୍ସନ ଥ୍ରୀ ଫେଜ ସଂଯୋଗ ଦର କଥା କହିଲେ, ୫ କିଲୋୱାଟ ପର୍ଯ୍ୟନ୍ତ ୪,୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ୫ କିଲୋୱାଟ୍ରୁ ଅଧିକ ହେଲେ ପ୍ରତି ଅତିରିକ୍ତ କିଲୋୱାଟ ପାଇଁ ୧,୫୦୦ ଟଙ୍କା ଦେବାକୁ ହେବ। ୨୦ କିଲୋୱାଟ ପର୍ଯ୍ୟନ୍ତ ୨୧ ହଜାର ଟଙ୍କା ଏବଂ ୨୦ କିଲୋୱାଟ୍ରୁ ଅଧିକ ହେଲେ ପ୍ରତି ଅତିରିକ୍ତ କିଲୋୱାଟ ପାଇଁ ୨,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।
ବିଦ୍ୟୁତ୍ କମ୍ପାନୀଗୁଡ଼ିକ ଏବେ ମନଇଚ୍ଛା ଚାର୍ଜ ବଦଳରେ ୧୫୦ କିଲୋୱାଟ ପର୍ଯ୍ୟନ୍ତ ନୂଆ ସଂଯୋଗ ପାଇଁ ସେବା ଶୁଳ୍କ (Service Charge) ର୍ନିଦ୍ଦିଷ୍ଟ କରିଛନ୍ତି। ନୂଆ ସଂଯୋଗ ନେଉଥିବା ଉପଭୋକ୍ତାମାନଙ୍କୁ କେବଳ ସ୍ମାର୍ଟ ପ୍ରିପେଡ ମିଟର ହିଁ ମିଳିବ। ବିଦ୍ୟୁତ୍ ଦରର ନୂଆ ନିୟମ, ଅର୍ଥାତ୍ ଦିନବେଳା ଶସ୍ତା ଏବଂ ପିକ ଆୱାର୍ସ (ବ୍ୟସ୍ତବହୁଳ ସମୟ) ରେ ମହଙ୍ଗା ବିଜୁଳିର ନିୟମ ମଧ୍ୟ ଲାଗୁ ହେବ। ଫିସ ଜମା ହେବା ପରେ ବିଦ୍ୟୁତ୍ କମ୍ପାନୀ ମିଟର ପର୍ଯ୍ୟନ୍ତ ଲାଇନ ଏବଂ ସର୍ଭିସ ତାର ଯୋଗାଇଦେବ, ତା’ପରେ ନୂଆ ସଂଯୋଗ ପ୍ରଦାନ କରାଯିବ। ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକ ସେମାନଙ୍କର ସମସ୍ତ ଜୋନ ଏବଂ ବ୍ଲକ୍କୁ ଏ ସମ୍ପର୍କରେ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।
* ଏଲ୍ଟି ସିଙ୍ଗଲ ଫେଜ ସଂଯୋଗରେ ୭ କିଲୋୱାଟ ପର୍ଯ୍ୟନ୍ତ
* ୩ କିଲୋୱାଟ ପର୍ଯ୍ୟନ୍ତ: ୯୦୦ ଟଙ୍କା
* ୩ କିଲୋୱାଟ୍ରୁ ଅଧିକ ହେଲେ: ୨,୭୦୦ ଟଙ୍କା
* ପ୍ରତି ଅତିରିକ୍ତ କିଲୋୱାଟ ପାଇଁ: ୧,୦୦୦ ଟଙ୍କା ଦେବାକୁ ପଡ଼ିବ
* ୫ କିଲୋୱାଟ ପର୍ଯ୍ୟନ୍ତ: ୪,୫୦୦ ଟଙ୍କା
* ୫ କିଲୋୱାଟ୍ରୁ ଅଧିକ ହେଲେ: ପ୍ରତି ଅତିରିକ୍ତ କିଲୋୱାଟ ପାଇଁ ୧,୫୦୦ ଟଙ୍କା
* ୨୦ କିଲୋୱାଟ ପର୍ଯ୍ୟନ୍ତ: ୨୧,୦୦୦ ଟଙ୍କା
* ୨୦ କିଲୋୱାଟ୍ରୁ ଅଧିକ ହେଲେ: ପ୍ରତି ଅତିରିକ୍ତ କିଲୋୱାଟ ପାଇଁ ୨,୦୦୦ ଟଙ୍କା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।