ବିଧାନସଭାକୁ ଡରୁଛି ଶାସକ ବିଜେପି । ଏମଏମଡିଆର ଆଲୋଚନା ନକରିବା ପାଇଁ ବିଧାନସଭାକୁ ମୁଲତବୀ କରୁଛି

Sep 26, 2026 - 20:07
ବିଧାନସଭାକୁ ଡରୁଛି ଶାସକ ବିଜେପି । ଏମଏମଡିଆର ଆଲୋଚନା ନକରିବା ପାଇଁ ବିଧାନସଭାକୁ ମୁଲତବୀ କରୁଛି

ନନ୍ଦିଘୋଷ ବ୍ୟୁରୋ :ଆରମ୍ଭ ହେଲା ହେଲେ ଚାଲିପାରୁନି । ୪ଦିନ ଅଚଳ ବିଧାନସଭା । ଘଣ୍ଟାଏ ବି ଠିକ ସେ ଚାଲିପାରୁନି ଗୃହ । ବିରୋଧୀ କହିଲେ ଆଲୋଚନାକୁ ଡରୁଛି ଶାସକ ଦଳ । ପ୍ରଶ୍ନ, ଏମଏମଡିଆର ମୋସନ ଆଣିବାକୁ ଡର କାହିଁକି ?.. ..ବିଧାନସଭାକୁ ଡରୁଛି ଶାସକ ବିଜେପି । ଏମଏମଡିଆର ଆଲୋଚନା ପାଇଁ ଚାହୁଁନି ଟ୍ରେଜେରୀ ବେଞ୍ଚ । ଓଡିଶା ସ୍ୱାର୍ଥ ବିରୋଧୀ ଆଇନକୁ ବିଜେପିର ୨୦ ଜଣ ସାଂସଦ ସମର୍ଥନ କରିଛନ୍ତି । ଓଡିଶା ବିରୋଧରେ ହୋଇଥିବା ଷଡଯନ୍ତ୍ରରେ ଚୁପ ରହିଛନ୍ତି । ତେଣୁ ବିଜେପି ବିଧାନସଭାରେ ଏମଏମଡିଆର ଆଲୋଚନା ହେଉ ବୋଲି ଚାହୁଁନାହିଁ । ବିଜେଡି ଏମଏମଡିଆର ନେଇ ବାଚସ୍ପତିଙ୍କୁ ମୋସନ ଦେଇଛି ।  ହେଲେ ତାକୁ ଗ୍ରହଣ କରୁନାହିଁ ଶାସକ ଦଳ । ବିଧାନସଭାର ଅଚଳାବସ୍ଥା ପାଇଁ ବିଜେପି ଦାୟୀ ବୋଲି ବିଜେଡି ଅଭିଯୋଗ କରିଛି । ବିଜେଡି ବିଧାୟକ ରମେଶ ବେହେରା କହିଛନ୍ତି ୪ଦିନ ହେବ ବିଧାନସଭାରେ ଅଚଳାବସ୍ଥା କେବଳ ଶାସକ ଦଳ ପାଇଁ ହୋଇଛି । ଆଲୋଚନା ନକରାଇ ଦେବାକୁ ଜାଣିଜାଣି ଗୃହକୁ କେତେବେଳେ ୧୨ ମିନିଟ ତ କେତେବେଳେ ୧୬ ମିନିଟ ପ୍ରଶ୍ନକାଳ ଚଳାଇ ୪ଟା ଯାଏ ମୁଲତବୀ କରିଦେଉଛି । ଏମଏମଡିଆର ସଂଶୋଧନ ଆଇନ ଯୋଗୁଁ ଓଡିଶା ବାର୍ଷିକ ୧୨ରୁ ୧୪ ହଜାର କୋଟି ରାଜସ୍ବ କ୍ଷତି ସହିବା ସହ ବକେୟା ବାବଦରେ ଦେଢଲକ୍ଷ କୋଟି ଟଙ୍କା ହରାଇଛି ରାଜ୍ୟ । ହେଲେ ବିଧାନସଭାରେ ଏନେଇ ଶାସକ ଦଳ ମୋସନ ଆଲୋଚନା କରାଇ ଦେଉନାହିଁ ବୋଲି ବିଜେଡି ଅଭିଯୋଗ କରିଛି ।

ଶାସକ ଦଳର ଓଡିଶା ସ୍ବାର୍ଥ ବିରୋଧୀ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି ଦୁଇ ବିରୋଧୀ ବିଜେଡି ଓ  କଂଗ୍ରେସ । କଂଗ୍ରେସ ଉପନେତା ଅଶୋକ ଦାସ କହିଛନ୍ତି ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗ ବିଧାନସଭାରେ ଆଲୋଚନା ହେଉ ତାହା ବିଜେପି ଚାହୁଁନାହିଁ । ମହିଳା ସଂରକ୍ଷଣ ନେଇ ମୋସନ ଜରିଆରେ ସ୍ୱତନ୍ତ୍ର ଆଲୋଚନାରେ ବିଜେଡି ଓ କଂଗ୍ରେସ ସରକାରଙ୍କୁ ସହଯୋଗ କଲେ । ଏମଏମଡିଆର ମୋସନ ଆଲୋଚନା ପାଇଁ ସରକାରୀ ଦଳ କାହିଁକି ବିରୋଧୀଙ୍କ ଦାବିକୁ ଗ୍ରହଣ କରୁନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ବିଜେପି ଚାହୁଁନି ବିଧାନସଭା ଚାଲୁ ବୋଲି । ତେଣୁ ଶାସକ ଦଳ ପଳାୟନପନ୍ଥୀ ନୀତି ଆପଣାଇଛି । ବିଜେପି କହିଛି ଶାସକ ଦଳ ସବୁ ଆଲୋଚନା କରିବାକୁ ପ୍ରସ୍ତୁତ ।

ମୌସୁମୀ ଅଧିବେଶନର ପ୍ରଥମ ଦିନ ଶୋକ ପ୍ରସ୍ତାବକୁ ମିଶାଇ ୪୭ ମିନିଟ, ଦ୍ବିତୀୟ ଦିନ ୧୨ ମିନିଟ, ତୃତୀୟ ଦିନ ୧୬ ମିନିଟ ଓ ଚତୁର୍ଥ ଦିନ ୮ ମିନିଟ ଗୃହ ଚାଲିଛି । ସ୍ବଳ୍ପକାଳୀନ ମୌସୁମୀ  ଅଧିବେଶନରେ ଗୃହ ଚାଲିପାରୁନଥିବାରୁ ଶାସକ ଦଳକୁ ବିରୋଧୀ ଦାୟୀ କରିଛନ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।