ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତଙ୍କୁ ମିଳିଲା ଏହି ଦଣ୍ଡ

Jul 13, 2026 - 20:37
ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତଙ୍କୁ ମିଳିଲା ଏହି ଦଣ୍ଡ

ଜୟପୁର,୧୩ା୭(ପବନ ପାଣିଗ୍ରାହୀ): ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଜୟପୁର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ପୋକ୍ସୋ କୋର୍ଟ ସଂଘମିତ୍ରା ଦାଶ ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏପରିକି ୨୦ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।

୨୦୨୪ ଜୁଲାଇ ୧୯ରେ ଜୟପୁର ଟାଉନ ଥାନା ପୁରୁଣାଗଡ଼ ଅଞ୍ଚଳରେ ନାବାଳିକାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ନଂ.୨୨୪/୨୦୨୪ ଓ ନଂ.୯୯/୨୬ରେ ମାମଲାର ବିଚାର କରାଯାଇ ଜୟପୁର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ପୁରୁଣାଗଡ଼ ଅଞ୍ଚଳର ମୃତ୍ୟୁଞ୍ଜୟ କଡମ୍ବଳଙ୍କୁ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୩୭୬(୨)ନଂ ତଥା ୬ ପୋକ୍ସୋ ଧାରାରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଜରିମାନାରେ ଦଣ୍ଡାଦେଶ କରିଛନ୍ତି l ଜରିମାନା ଅନାଦାୟେ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି l

ଆଦାୟ ଜରିମାନା ଟଙ୍କା ସହ ସରକାରଙ୍କ ପକ୍ଷରୁ ଜିଲା ଆଇନ ପ୍ରାଧିକରଣ ମଧ୍ୟମରୁ ପୀଡ଼ିତାଙ୍କୁ ୪,୦୦,୦୦୦ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ପି.ସନ୍ନ୍ୟାସୀ ରାଓ ଏହାକୁ ପରିଚାଳନା କରୁଥିଲେ l


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।