ବୁଦାମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର
ନବରଙ୍ଗପୁର, ୧୭।୧୦(ସଦାଶିବ ପ୍ରହରାଜ): ନବରଙ୍ଗପୁର ସହରର ର୍ହିଲି ଛକ ନିକଟ ପେଟ୍ରୋଲ ପମ୍ପ ପାଖରୁ ଶନିବାର ଜଣେ ନବଜାତକ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇଛି। ପିଲାଟିକୁ କପଡ଼ାରେ ଗୁଡ଼ାଇ କେହି ରଖି ଦେଇଥିଲେ। ଶିଶୁର କାନ୍ଦ ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।
ଅଗ୍ନିଶମ ବାହିନୀ ସହାୟତାରେ ଶିଶୁକନ୍ୟାଟିକୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, କେତେଜଣ ମହିଳା ଶିଶୁଟିକୁ ସେଠାରେ ଛାଡ଼ି ଚାଲିଯାଇଥିଲେ। ତେବେ ଘଟଣାର ପ୍ରକୃତ କାରଣ ଏବଂ ଶିଶୁଟିକୁ କିଏ ଛାଡ଼ିଥିଲା ତାହା ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ଶିଶୁକନ୍ୟାଟିର ଚିକିତ୍ସା ଜାରି ରହିଛି। ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ଚାଇଲ୍ଡଲାଇନ୍ କର୍ମକର୍ତ୍ତାମାନେ ପିଲାଟିର ଯତ୍ନ ନେଉଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।