ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

Aug 31, 2026 - 20:23
ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର ବୈଭବଙ୍କୁ ଇଷ୍ଟ ଜୋନ୍‌ର ଉପଅଧିନାୟକ ଦାୟିତ୍ୱ ମିଳିଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ବ୍ୟାଟିଂରେ ବିଶେଷ କିଛି କରିପାରିନଥିଲେ ମଧ୍ୟ ବୋଲିଂରେ ସେ ଚମତ୍କାର ପ୍ରଦର୍ଶନ କରି ୨ଟି ଉଇକେଟ୍‌ ନେଇଥିଲେ।
ତେବେ ବୈଭବଙ୍କ ବୋଲିଂ ଆକ୍ସନ ଏବେ ଚର୍ଚ୍ଚାରେ ରହିଛି। ତାଙ୍କ ଆକ୍ସନ ଦେଖି ଭାରତର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହ ମଧ୍ୟ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି।
ଯୁବରାଜ ସୋସିଆଲ ମିଡିଆରେ ବୈଭବଙ୍କ ବୋଲିଂ ଆକ୍ସନକୁ ନେଇ ଲେଖିଛନ୍ତି, ‘ମୋ ଆକ୍ସନଠାରୁ ତ ଭଲ।’ ଏହା ସହିତ ସେ ହସୁଥିବା ଇମୋଜି ମଧ୍ୟ ବ୍ୟବହାର କରିଛନ୍ତି। ଯୁବରାଜ ଓ ବୈଭବଙ୍କ ବୋଲିଂ ଆକ୍ସନର ଫଟୋ ସହ ରାଜସ୍ଥାନ ରୟାଲ୍ସ ମଧ୍ୟ ଏହି କମେଣ୍ଟକୁ ସୋସିଆଲ ମିଡିଆରେ ଶେୟାର କରିଛି।

 

Odisha’s No.1 Odia Daily

 

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।