ଭଞ୍ଜନଗର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା; ଜଗଦିଶ ସଭାପତି, ଶିଶିର କାର୍ଯ୍ୟକାରୀ ସମ୍ପାଦକ
ଭଞ୍ଜନଗର,୨୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କାଳିଞ୍ଜି ସମାଜ ଗୃହରେ ରବିବାର ନୂତନ ପେନସନ ଯୋଜନା (NPS) ଅନ୍ତର୍ଭୁକ୍ତ ପ୍ରାଥମିକ ଶିକ୍ଷକମାନଙ୍କ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ନେତା ଦିଲୀପ କୁମାର ପ୍ରଧାନ, ସିଦ୍ଧାର୍ଥ ଶତପଥୀ, ଗୋପାଳ ଚନ୍ଦ୍ର ବେହେରା ଓ ପଦ୍ମନାଭ ପ୍ରଧାନ ନିର୍ବାଚନକୁ ପରିଚାଳନା କରିଥିଲେ।
ଜଗଦୀଶ ନାୟକ ସଭାପତି ଭାବେ ପୁଣି ନିର୍ବାଚିତ ହୋଇଥିବା ବେଳେ ଶିଶିର କାନ୍ତ ପତି କାର୍ଯ୍ୟକାରୀ ସମ୍ପାଦକ, ମନୋଜ କୁମାର ବେହେରା ସମ୍ପାଦକ, ସୁଜାତା ଦାସ ସହ-ସମ୍ପାଦିକା, ଆଶାଲତା ବେହେରା ଉପସଭାନେତ୍ରୀ ଏବଂ ପଦ୍ମନାଭ ପ୍ରଧାନ କୋଷାଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ଏହାପରେ
ନବନିର୍ବାଚିତ କର୍ମକର୍ତ୍ତାମାନେ ଶପଥ ଗ୍ରହଣ କରିଥିଲେ।
ସେହିପରି ସନ୍ତୋଷ କୁମାର ରଥ ସଭାକାର୍ଯ୍ୟକୁ ସଂଯୋଜନା କରିଥିଲେ । ନୂତନ କର୍ମକର୍ତ୍ତାମାନେ ସଂଘକୁ ସୁଦୃଢ଼ କରିବା ସହ ଶିକ୍ଷକମାନଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ସମୂହଭାବେ ଲଢେଇ କରିବା ପାଇଁ ଶପଥ ନେଇଥିଲେ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।